www.samajalive.in
Thursday, December 11, 2025
18.1 C
Bhubaneswar

ଜୁନ ୧୭ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ତାଲାବନ୍ଦ ଅବଧି, ୩ ଜିଲାରେ କଟକଣା କୋହଳ

ଭୁବନେଶ୍ବର: କରୋନା ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୧ରେ ତାଲାବନ୍ଦ ଅବଧି ଶେଷ ହେଉଥିବାବେଳେ ଏହାକୁ ଆଜି ପୁଣି ୧୬ଦିନ ପାଇଁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି। ଅର୍ଥାତ ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ ପୂର୍ବଭଳି ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। ଅପରପକ୍ଷରେ ବିବାହ, ବ୍ରତ ଓ ଶୁଦ୍ଧି କାର୍ଯ୍ୟ ପାଇଁ ପୂର୍ବ ନିୟମ ବଳବତ୍ତର ରହିବ। ସେହିପରି ପୂର୍ବରୁ ରାଜ୍ୟରେ ଲାଗୁ କରାଯାଇଥିବା ତାଲାବନ୍ଦ ନିୟମ ପୂର୍ବବତ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।
ରାଜ୍ୟର ୩ଟି ଜିଲାରେ କରୋନା ସଂକ୍ରମଣ ୧୦ ପ୍ରତିଶତ ତଳେ ରହିଛି। ତେଣୁ ସରକାରଙ୍କ ପକ୍ଷରୁ ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲାରେ ତାଲାବନ୍ଦ କଟକଣା କୋହଳ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଜିନିଷ କିଣାବିକା ପାଇଁ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ଖୋଲାରହିବ ଏବଂ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଓ ଅନ୍ୟାନ୍ୟ ଜିନିଷ କିଣାକିଣି କରିପାରିବେ। ତେବେ ଏହି ୩ଟି ଜିଲାରେ ସେଲୁନ, ପାର୍ଲର ଓ ମଲ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏହି ୩ଟି ଜିଲାରେ କରୋନା ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ କରାଯିବ। ଅପରପକ୍ଷରେ ରାଜ୍ୟର ଅନ୍ୟ ସବୁ ୨୭ଟି ଜିଲାରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି।  ରାଜ୍ୟର ୨୭ଟି ଜିଲାରେ କରୋନା ସଂକ୍ରମଣ କମିଲେ ଏସବୁ ଜିଲାଗୁଡ଼ିକରେ ତାଲାବନ୍ଦ କଟକଣା କୋହଳ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।

- Advertisement -

ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ମହାମାରୀ କରୋନା ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟ ସମୟ, ଏହି ସମୟରେ ସରକାରଙ୍କ ମାର୍ଗଦର୍ଶିକା ପାଳନ ଜରୁରୀ। ତେଣୁ ସମସ୍ତେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ। ମାସ୍କ ପିନ୍ଧିବା, ହାତକୁ ସାନିଟାଇଜିଂ କରିବା, ବାରମ୍ବାର ହାତକୁ ଧୋଇବା, ସାମାଜିକ ଦୂରତ୍ବ ବଜାୟ ରଖିବା ଆଦି ନିୟମ ପାଳନ କରିବା ଉଚିତ। ଏବେ ସବୁ ରାଜ୍ୟରେ କୋଭିଡ ସଂକ୍ରମଣ କମି ଗଲାଣି। ଓଡ଼ିଶାରେ ମଧ୍ୟ ପ୍ରଥମେ ସଂକ୍ରମଣ ହୋଇଥିବା ଜିଲାଗୁଡ଼ିକରେ ସଂକ୍ରମଣ ହ୍ରାସ ପାଇଛି। ମୁଁ ଆଶା କରୁଛି ଆଗାମୀ ଦିନରେ ସବୁ ଜିଲାରେ ସଂକ୍ରମଣ ହ୍ରାସ ଦୃତଗତିରେ ହ୍ରାସ ପାଇବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories