www.samajalive.in
Thursday, December 11, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମନ୍‌ କୀ ବାତରେ କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ଆଗଧାଡ଼ିର ଯୋଦ୍ଧା ତଥା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଥିଲେ, ୧୦୦ ବର୍ଷ ପରେ ବିଶ୍ବ ଏଭଳି ମହାମାରୀ ଦେଖୁଛି, କିନ୍ତୁ ଭାରତ ଦୃଢ଼ତାର ସହିତ ଏହାର ମୁକାବିଲା କରୁଛି। ପ୍ରଧାନମନ୍ତ୍ରୀ ଦୁଇ ଗଜ ଦୂରତା ଏବଂ ମାସ୍କର ଆବଶ୍ୟକତା ମନ୍ତ୍ର ଉପରେ ବି ଗୁରୁତ୍ଵ ଦେଇଛନ୍ତି।

ପ୍ରଦୀପ ମହାରଥୀଙ୍କ ପରେ ସାନ ଭାଇ ପ୍ରଣୟ ମହାରଥୀଙ୍କ ଜୀବନ ନେଲା କରୋନା

- Advertisement -

–  କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା-ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।

– ମେ’ ୨୨ରେ ସର୍ବାଧିକ ୧୨,୮୫୨ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି।

– ଆଜି ରାଜ୍ୟରେ ୯୫୪୧ କରୋନା ଚିହ୍ନଟ ହୋଇଛନ୍ତି। ମେ’ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ୍‌ ବୋଲି ଧରିବାକୁ ହେବ।
– ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ବସ୍ତିକର। ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଜିଲାରେ ସଂକ୍ରମଣ କମୁଛି।
– ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ବିପଦ ରହିଛି। ଏଥିପାଇଁ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ସୀମା ସିଲ କରାଯାଇଛି।
– ଆମ ରାଜ୍ୟର ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼ ଆଦି ୯ଟି ଜିଲାରେ ସଂକ୍ରମଣ ରାଜ୍ୟର ୬୦%।
– ରାଜ୍ୟରେ ପଜିଟିଭି କମି ଆଜି ପର୍ଯ୍ୟନ୍ତ ୧୪%ରେ ପହଞ୍ଚିଛି। ୧୯ଟି ଜିଲାରେ ପଜିଟିଭିଟି ହାର କମୁଛି, ୫ ଜିଲାରେ ୫% ତଳେ ରହିଛି।
– ଆଗକୁ ପଜିଟିଭିଟି ହାର ଆହୁରି କମିବା ନେଇ ଆମେ ଆଶା କରୁଛୁ।
– ଧୀରେ ଧୀରେ ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ ରୋଗୀ ସଂଖ୍ୟା ପହଞ୍ଚି ଆଜି ୭୨%ରେ ପହଞ୍ଚିଛି।
– ଅକ୍ସିଜେନ ଯୋଗାଣରେ ଆମ ରାଜ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୧୮ଟି ରାଜ୍ୟକୁ ଆମେ ୨୫ହଜାର ଟନ ଅକ୍ସିଜେନ ଯୋଗାଇ ସାରିଲୁଣି। ଏଥିପାଇଁ ଆମେ ଗର୍ବିତ

– ୨ ସପ୍ତାହ ତଳେ ବିଶ୍ବର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪% ଆମ ଦେଶରେ ଥିଲେ। ବର୍ତ୍ତମାନ ବିଶ୍ବର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଭାରତର ସଂଖ୍ୟା ୩୪%

– ମେ’ ୬ରେ ୪.୧୪ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାକୁ ଆମେ ପିକ୍ ଭାବେ ଧରି ନେଇଛୁ।
– ଗତ ସେପ୍ଟେମ୍ବର ୧୬ରେ ସର୍ବାଧିକ ୯୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତବର୍ଷ ୧୬ ସେପ୍ଟେମ୍ବର ବେଳକୁ ସେତେବେଳ ପିକ୍‌ ଧରାଯାଇଥିଲା।

– ପ୍ରଥମ ପିକ୍‌ ତୁଳନାରେ ଦ୍ବିତୀୟ ପିକ୍‌ ୪ଗୁଣା ଅଧିକ

– କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବଙ୍କ ସୂଚନା, ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବଢ଼ିଥିଲେ ବି ସଂକ୍ରମଣ କମିଛି

– ଆକାଶ ମାର୍ଗରୁ ବାଲେଶ୍ୱର ଓ ଭଦ୍ରକ ବାତ୍ୟା ଅଂଚଳର ସର୍ଭେ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକମାନଙ୍କ ସହ କଥା ହେଲେ

– ବିଦ୍ୟୁତ ଖୁଣ୍ଟକୁ ନେଇ ବାଲେଶ୍ୱର ଖନ୍ତାପଡ଼ା ଥାନା କଲ୍ୟାଣୀ ଗାଁରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ୧୦ ଗୁରୁତର

– ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନକୁ ପ୍ରଶଂସା କଲେ ଭୂବିଜ୍ଞାନ ସଚିବ ମାଧବନ ରାଜୀବନ

– ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପଦ୍ଧତ୍ତିରୁ ଅନ୍ୟ ରାଜ୍ୟଗୁଡିକ ଶିକ୍ଷା କରିବାକୁ ଭୂବିଜ୍ଞାନ ସଚିବ ମାଧବନ ରାଜୀବନଙ୍କ ପରାମର୍ଶ

– ବିପର୍ଯ୍ୟୟ ମୁକାବିଲାରେ ଜାତିସଂଘର ଓଡ଼ିଶାକୁ ପ୍ରଶଂସା

– ପିଏନବି ଦୁର୍ନୀତି: ଚୋକ୍‌ସୀଙ୍କୁ ଭାରତ ଆଣିବାକୁ ଡୋମିନିକାରେ ପହଞ୍ଚିଲା ବିମାନ

– ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୫ ହଜାର ୫୫୩ ନୂଆ ସଂକ୍ରମିତ ଚିହ୍ନଟ ଓ ୩,୪୬୦ ମୃତ

– କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୋଆରେ ବଢ଼ିଲା ତାଲାବନ୍ଦ

– କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ମୃତଦେହକୁ ନଦୀରେ ଫିଙ୍ଗିଲେ, ଭିଡିଓ ଭାଇରାଲ

– କେନ୍ଦ୍ରକୁ କଂଗ୍ରେସର ସମାଲୋଚନା; କହିଲା ମୋଦୀ ସରକାର ଦେଶ ପାଇଁ ହାନିକାରକ

– ରାମଦେବଙ୍କୁ ଡାକ୍ତରଙ୍କ ବିରୋଧ, ଜୁନ ୧କୁ ଦେଶବ୍ୟାପୀ କଳାଦିବସ ପାଳିବେ

– ଏଲୋପାଥି-ଆୟୁର୍ବେଦ ବିବାଦ: ଆମିରଙ୍କ ଭିଡିଓ ଶେୟାର କରି ମେଡିକାଲ ମାଫିଆଙ୍କୁ ଆହ୍ବାନ କଲେ ରାମଦେବ

– ମୁମ୍ବଇ ବାସଭବନରେ ଝୁଲୁଛି ମାଳ ମାଳ ନୋଟିସ ; ଡୋମିନିକା କାରାଗାରରେ ବନ୍ଦୀ ମେହୁଲ ଚୋକ୍ସି

– ନେପାଳରେ ତିଆରି ହେବ ଭବ୍ୟ ରାମମନ୍ଦିର ; ସରକାର ଯୋଗାଇଲେ ପାଣ୍ଠି

– ଗୋପନରେ ବିବାହ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌, ପ୍ରେମିକା କ୍ୟାରୀ ସାଇମଣ୍ଡସ୍‍ଙ୍କୁ ଜୀବନସାଥୀ କଲେ

-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ

ଅମ୍ଳଜାନ ସିଲିଣ୍ଡର କଳାବଜାରି ବେଳେ ଚଢାଉ ; ୧୦ ସିଲିଣ୍ଡର ଜବତ

–ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଦିନକରେ ୯୫୪୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨

– ଆଉ ଆଖି ବୁଜିଲେ ୩୩ ଆକ୍ରାନ୍ତ, ମୋଟ ମୃତ୍ୟୁ ସଂଖ୍ୟା ଟପିଲା ୨୭୦୦

– ବିଦେଶରୁ ଆସିଲା ୧୩୫୦ ଅମ୍ଳଜାନ ସିଲିଣ୍ଡର

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories