www.samajalive.in
Thursday, December 11, 2025
15.1 C
Bhubaneswar

ପେଟ ପାଇଁ କଟକଣାକୁ ଫୁ, ଚାଲିଲା ସାପ୍ତାହିକ ହାଟ

ସାରନଗରୀ : କରୋନାର ଦ୍ୱିତୀୟ ଲହର ବଢିବା ସହିତ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଅନ୍ୟପକ୍ଷେ ଜୀବିକା ପାଇଁ ଜୀବନ ବାଜି ଲାଗୁଛି। ଚଳିତ ମାସର ଶେଷ ସପ୍ତାହନ୍ତ ବନ୍ଦରେ ପେଟ ପାଇଁ କୋଭିଡ଼ କଟକଣାକୁ ଫୁ କରି ଦେଇଛନ୍ତି କିଛି କ୍ଷୁଦ୍ର ବ୍ୟବସାୟୀ! ଆଜି ଏପରି ଏକ ଘଟଣା ସାମନାକୁ ଆସିଛି। ରବିବାର ଜଲଦା ‘ଏ’ ବ୍ଲକ ଅଂଚଳରେ ସାପ୍ତାହିକ ହାଟ ଚାଲିଥିବା ନଜରକୁ ଆସିଥିଲା। ବ୍ୟବସାୟୀ ମାନଙ୍କ ପାଖରେ ଗ୍ରାହକଙ୍କ ଭିଡ଼ ଜମିଥିଲା। କିଛି ବେପାରୀ ଓ ଗ୍ରାହକ ମୁହଁରେ ତୁଣ୍ଡି ପରିଧାନ କରିଥିଲେ ହେଁ, ଅଧିକାଂଶ ଏହାକୁ ଅବମାନନା କରିଥିଲେ। ଜଲଦା ସରଂପଚ ଜାତୃ ଓରାମ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟବସାୟୀ ମାନଙ୍କୁ ସପ୍ତାହନ୍ତ ବନ୍ଦରେ ବ୍ୟବସାୟ କରିବାକୁ ବାରମ୍ବାର ବାରଣ କରାଯାଉଥିଲେ ହେଁ ବେପାରୀ ମାନେ ଆଦୌ ମାନୁ ନାହାନ୍ତି, ଜଲଦା ସି ବ୍ଲକରେ ପ୍ରତି ସୋମବାର ବସୁଥିବା ହାଟ ସ୍ଥାନୀୟ ମିନି ଷ୍ଟାଡ଼ିୟମରେ ସାମାଜିକ ଦୂରତା ସହ ବସିବ ବୋଲି ସରପଂଚ ଶ୍ରୀ ଓରାମ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ସେହିପରି ରାମଯୋଡ଼ି ଅଂଚଳରେ ତାଲାବନ୍ଦ ସମୟରେ ସାପ୍ତାହିକ ହାଟ ବନ୍ଦ ଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟଯେ, ଲାଠିକଟା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ସଚେତନତାର ଅଭାବ ଓ ଖାମଖିଆଲି ମନୋଭାବ ଯୋଗୁ ଗ୍ରାମ ଗୁଡ଼ିକରେ ସଂକ୍ରମଣ ବଢୁଛି। ସଂକ୍ରମଣ ରୋକିବାକୁ କୋଭିଡ଼ ନିୟନ୍ତ୍ରଣ ମାର୍ଗଦର୍ଶିକା ଜାରି କରାଯାଇଛି। ଯେତେବେଳେ ଯାଏ ଲୋକେ ସଚେତନ ନହେବେ, ସେ ପର୍ୟ୍ୟନ୍ତ ସଂକ୍ରମଣ ରୋକିବା କଷ୍ଟକର ହୋଇ ପଡ଼ିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି। ମାତ୍ର ଲାଠିକଟା ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତରେ କରୋନା ସଂକ୍ରମଣ ରୋକିବାକୁ ଗ୍ରାମବାସୀଙ୍କ ମଧ୍ୟରେ ଜନସଚେତନତା ଲୋଡ଼ା ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories