www.samajalive.in
Monday, December 8, 2025
24.1 C
Bhubaneswar

ଲକଡାଉନରେ ହାତବାନ୍ଧି ବସିଛନ୍ତି ସୂପକାର

ରେଙ୍ଗାଲିକେମ୍ପ: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଥିବା ଦ୍ଵିତୀୟ ଲହର ପାଇଁ ଲକଡାଉନକୁ ଗୋଟିଏ ମାସ ବିତିଲାଣି। ଘରେ ବସିରହିବା ଦ୍ବାରା ଖଟିଖିଆ ମଜୁରିଆମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି। ସୁପକାରମାନେ ଜନସାଧାରଣଙ୍କ ଶୁଦ୍ଧ, ଅଶୁଦ୍ଧ, ଶୁଭ ଓ ଅଶୁଭ ସମସ୍ତ କାର୍ଯ୍ଯକ୍ରମରେ ସୁସ୍ବାଦୁ ଖାଦ୍ଯ ରନ୍ଧନ କରି ଆହାର ଯୋଗାଇଥାନ୍ତି। ଏହି ସୁପକାରମାନେ ବିବାହ, ବ୍ରତ, ପୂଜାପାଠ, ଗଙ୍ଗାଶ୍ରାଦ୍ଧ, ଗୃହ ପ୍ରତିଷ୍ଠା, ମୃତାହ କାର୍ଯ୍ୟ ଏପରିକି ସଭାସମିତିରେ ରୋଷେଇ କରି ଯେଉଁ ଆୟ କରନ୍ତି, ସେଥିରେ ତାଙ୍କର ପରିବାର ଚଳିଥାଏ। ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ବନ୍ଦ ରହିଛି। ତେଣୁ ସମସ୍ତ ସୁପକାର ହାତ ବାନ୍ଧି ଘରେ ବସିରହିଛନ୍ତି।

କୌଣସି ଦିଗରୁ ଆୟର ସୂଚନା ମିଲୁନାହିଁ। ପରିବାର ଚଲାଇବାରେ ବହୁବିଧ ସମସ୍ଯା ଦେଖାଦେଉଛି। ଏହି ସୁପକାରମାନେ ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ କୌଣସି ବୃତ୍ତିକୁ ବର୍ତ୍ତମାନ ପରିସ୍ଥିତିରେ ଆପଣେଇ ନେବା ସମ୍ଭବ ନୁହେଁ। ତେଣୁ ସରକାର ତାଙ୍କର ଏହି ସମସ୍ୟାକୁ ହୃଦୟଙ୍ଗମ କରି ତାଙ୍କ ପ୍ରତି କିଛି ସହାୟତା ପ୍ରଦାନ ପାଇଁ ସଭାପତି ବାଳକୃଷ୍ଣ ପଣ୍ଡା, ସଂପାଦକ ବିଜୟ ଶତପଥୀ, କୋଷାଧ୍ଯକ୍ଷ ଧିରେନ ମିଶ୍ର, ଯୁଗ୍ମ କୋଷାଧ୍ଯକ୍ଷ ଅର୍ଜୁନ ତ୍ରିପାଠୀ, ସହ ସଂପାଦକ ଶ୍ବରୁପ କର ତଥା ଉପଦେଷ୍ଟା କମିଟିର ଦଶଜଣ ସଭ୍ଯ ଏବଂ ଅତାବିରା ଅଞ୍ଚଳର ବିଭିନ୍ନ ଗ୍ରାମର ସୁପକାର ପ୍ରମୂଖ ଦାବି କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories