www.samajalive.in
Thursday, December 11, 2025
23.1 C
Bhubaneswar

ଆମ୍ବସଢା ପ୍ରସ୍ତୁତିରେ ନିମଗ୍ନ ଆଦିବାସୀ ପରିବାର

ବୈପାରିଗୁଡା: ଗାଁ ଗାଁରେ ଚାଲିଛି ପାଚିଲା ଆମ୍ବରୁ ଆମ୍ବସଢା ପ୍ରସ୍ତୁତି। ସୁସ୍ୱାଦୁ ଆମ୍ବସଢା ପ୍ରସ୍ତୁତିରେ ଆଦିବାସୀ ପରିବାର ସମ୍ପୂର୍ଣ୍ଣ ଭାବରେ ନିମଗ୍ନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ପୂର୍ବ ବର୍ଷଠାରୁ ଚଳିତ ବର୍ଷ ବହୁ ପରିମାଣରେ ଅଧିକ ଆମ୍ବ ଅମଳ ହୋଇଛି। ନିଜ ବାଡି ବଗିଚାରେ ଚାଷ କରାଯାଉଥିବା ଆମ୍ବ ସହ ରାସ୍ତାକଡ, ତଥା ଜଙ୍ଗଲ ଭିତରେ ଥିବା ଆମ୍ବ ଗଛ ଗୁଡିକରେ ଆମ୍ବ ଭରପୁର ଆସିଛି। ବର୍ତମାନ ଚାଲିଥିବା କରୋନା କଟକଣା ପାଇଁ ଗାଡି ଚଳାଚଳ ବନ୍ଦ ଥିବାରୁ ଏହି ଆମ୍ବ ନେବା ପାଇଁ ବାହାର ରାଜ୍ୟର ବ୍ୟବସାୟୀ ମାନେ ଆସୁ ନାହାନ୍ତି। ଯଦ୍ୱାରା ଆମ୍ବ ଚାଷ କରିଥିବା ଲୋ​‌େ​‌କ ଆମ୍ବ ବିକ୍ରି କରି ଅର୍ଥ ରୋଜଗାର କରିବାର ବାଟ ଏ ବର୍ଷ ବନ୍ଦ ହୋଇ ଯାଇଛି।

ଆଦିବାସୀମାନେ ଗଛ ପାଚିଲା ଆମ୍ବକୁ ସଂଗ୍ରହ କରି ଆଣିଲା ପରେ ଏଥିରୁ ଆମ୍ବ ସଢା ପ୍ରସ୍ତୁତ କରୁଛନ୍ତି। ପ୍ରଥମେ ଆମ୍ବକୁ ଧୋଇ ସେଥିରୁ ଚୋପା ଛଡାଇ କେବଳ ଆମ୍ବ ରସକୁ ବାହର କରିବା ସହ ଏହାକୁ ଏକ ପାତ୍ରରେ ରଖୁଥିବା ଦେଖିବାକୁ ମିଳୁଛି। ଏହା ପରେ ଏକ ବାଉଁଶରେ ନିର୍ମିତ ସ୍ୱତନ୍ତ୍ର ଚକ୍ରି ମାଧ୍ୟମରେ ପାତ୍ରରେ ଥିବା ଆମ୍ବ ରସକୁ ଦହିରୁ ଲହୁଣି ବାହାର କଲା ଭଳି ଦୁଇ ହାତରେ ମନ୍ଥନ କରାଯାଉଛି। ଏପରି ମନ୍ଥନ କରା ଗଲା ପରେ ପାତ୍ରରେ ଥିବା ଆମ୍ବ ଟାକୁଆରୁ ରସ ସବୁ ବାହାରି ଯାଇ ଟାକୁଆ ଅଲଗା ହୋଇ ଯାଉଛି। ପରେ ଏହି ଟାକୁଆ ସବୁକୁ ଚିପୁଡି ବାହାର କରି ଦେବା ପରେ କେବଳ ରସକୁ ନେଇ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବଡବଡ ବାଉଁଶ ଡାଲାରେ ଢାଳି ଖରାରେ ସୁଖାଯାଉଛି। ଏହି ରସ କିଛି ସମୟ ସୁଖିସାରିଲା ପରେ ପୁନଶ୍ଚ ତା ଉପରେ ଆଉ ଏକ ପ୍ରସ୍ତ ଆମ୍ବ ରସ ଢଳା ଯାଉଥିବା ଦେଖିବାକୁ ମିଳୁଛି। ଏହି ପରି ଭାବେ ସୁଖିଲା ପରେ ୮ ରୁ ୧୦ ଥର ଆମ୍ବ ରସ ଢଳା ଯାଇଥଆଏ। ସମ୍ପୂର୍ଣ୍ଣ ଭାବେ ସୁଖିଲା ଗଲା ପରେ ତାକୁ ସମ ଆକୃତିରେ କାଟି ରଖାଯାଇଥାଏ। ଏହି ପ୍ରଣାଳୀରେ ପ୍ରସ୍ତୁତ ହୋଇଥଆଏ ସୁସ୍ୱାଦୁ ଆମ୍ବସଢା। ଏହି ଆମ୍ବସଢା ପ୍ରସ୍ତୁତ ପରେ ଏହାକୁ ବିକ୍ରି କରିବାକୁ ବଜାରକୁ ଆଣିଥାନ୍ତି ଆଦିବାସୀ ମାନେ। ଏହାର କିଲୋ ପିଛା ବଜାର ଦର ବର୍ତମାନ ପାଖାପାଖି ୧୦୦ ରୁ ୧୨୦ ଟଙ୍କା ଥିବା ଜଣା ପଡ଼ିଛି। କରୋନା କଟକଣା ପାଇଁ ଆଦିବାସୀ ଘରୁ ବାହାରକୁ ବାହାରୁ ନଥିବା ବେଳେ ନିଜ ପାଖରେ ଯଥେଷ୍ଟ ସମୟ ରହିଛି। ତେଣୁ ଗାଁଗାଁରେ ଆଦିବାସୀ ପରିବାରର ସମସ୍ତ ଲୋକ ଏହି ଆମ୍ବସଢା ପ୍ରସ୍ତୁତରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ଆମ୍ବ ସଢା ତିଆରୀ କରି ପାଚିଲା ଆମ୍ବର ପ୍ରକ୍ରୀୟା କରଣ ଆଦିବାସୀ ମାନେ କାହିଁ କେଉଁ କାଳରୁ ଆପଣେଇ ସେଥିରୁ ଦି ପଇସା ରୋଜଗାର କରି ଆସୁଛନ୍ତି। ସେହି ପରି ସରକାରୀ ସ୍ତରରେ ଆଦିବାସୀଙ୍କୁ ଆମ୍ବରୁ ଆଚାର ଆଦି ତିଆରୀ କରିିବା ତାଲିମ ପ୍ରଦାନ କରାଗଲେ ଆଗାମୀ ଦିନରେ ଏହା ସେମାନଙ୍କର ଆର୍ଥିକ ବିକାଶରେ ସହାୟକ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

Hot this week

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

Related Articles

Popular Categories