www.samajalive.in
Monday, December 8, 2025
24.1 C
Bhubaneswar

ଭଦ୍ରାଚଳମ ଶ୍ମଶାନର ସାଥି ପାଲଟିଛନ୍ତି…ଆଦର୍ଶ ଅରୁଣା

ମାଲକାନଗିରି: କରୋନା କାଳରେ ସମଗ୍ର ମହିଳା ଜାତି ପାଇଁ ଆଦର୍ଶ ପାଲଟିଛନ୍ତି ଆନ୍ଧ୍ର ରାଜ୍ୟ ଭଦ୍ରାଚଳମର ଜଣେ ମହିଳା ଅରୁଣା। ମାଲକାନଗିରି ଜିଲା ସୀମା ମୋଟୁରୁ ୭୦ କିଲୋମିଟର ଦୂର ରାମଙ୍କ ବନବାସ ସ୍ଥଳି କୁହାଯାଉଥିବା ଭଦ୍ରାଚଳମରେ ଏହି ମହିଳା ଶ୍ମଶାନର ସାଥି ପାଲଟି ଅନେକ କରୋନା ଆକ୍ରାନ୍ତଙ୍କ ଶବ ସଂସ୍କାର କରି ଉଦାହରଣ ସୃଷ୍ଟି କରିଛନ୍ତି। ହିନ୍ଦୁ ସଂସ୍କୃତିରେ ମହିଳାମାନେ ଶବ ବୋହିବା ସହ ଶ୍ମଶାନକୁ ଯିବା ସମ୍ପୂର୍ଣ୍ଣ ମନା ଥିବାବେଳେ ଏହି ମହିଳା ଜଣକ କିନ୍ତୁ କୌଣସି ରୀତିନୀତିକୁ ଭୃକ୍ଷେପ ନ କରି ବିପଦ ବେଳର ବନ୍ଧୁ ସାଜି ସମାଜସେବାରେ ବ୍ରତୀ ହୋଇଛନ୍ତି।

କରୋନା କାଳରେ ମଣିଷ ଏବେ ନିଜ ଲୋକଙ୍କ ପାଇଁ ଅଛୁଆଁ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମାଜିକ ଦୂରତା ନାମରେ ସମ୍ପର୍କ ଛିନ୍ନ ହୋଇ ଯାଉଥିବା ବେଳେ ପବିତ୍ର ଗୋଦାବରୀ ନଦୀ କୂଳରେ ରହିଥିବା ଶ୍ମଶାନସ୍ଥଳୀକୁ ନିଜର କର୍ମସ୍ଥଳୀ ଭାବେ ବାଛି ନେଇଛନ୍ତି ମୁତ୍ୟାଲା ଅରୁଣା। ବୟସ ପାଖାପାଖି ୫୦, ସ୍ଥାନୀୟ ପଞ୍ଚାୟତ କାର୍ୟ୍ୟାଳୟରେ ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ କାର୍ୟ୍ୟରତ। କରୋନା ଯୋଗୁଁ ମାସିକ ବେତନ ୭,୫୦୦ ଟଙ୍କ। କରୋନା ସମୟରେ କେହି ମଧ୍ୟ କରୋନା ଆକ୍ରାନ୍ତ ମୃତକଙ୍କ ଶବଦାହ କରିବାକୁ ରାଜି ହେଉ ନ ଥିବା ବେଳେ ଏହି ମହିଳା ଜଣକ ଅଣ୍ଟା ଭିଡ଼ି ଆଗକୁ ଆସିଛନ୍ତି। କରୋନା ଆକ୍ରାନ୍ତ ହେଉ କିମ୍ବା ସ୍ୱାଭାବିକ ମୃତ୍ୟୁ ହେଉ ସମସ୍ତଙ୍କ ଦାହ ସଂସ୍କାର ନିଜେ କରୁଛନ୍ତି। ତେବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସେମାନଙ୍କ ଆତ୍ମୀୟମାନେ ଶ୍ମଶାନକୁ ଆସିବା ନିଷେଧ ଥିବା ବେଳେ ରୀତିନୀତିରେ ଅରୁଣା ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ମହିଳାଙ୍କ ବହୁ ଗୁରୁଦାୟିତ୍ୱ ଥିବା ବେଳେ ମହିଳା ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ଅରୁଣା। ଜଣେ ସଫେଇ କର୍ମଚାରୀଙ୍କ ଏଭଳି କାର୍ୟ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories