www.samajalive.in
Sunday, December 7, 2025
13.1 C
Bhubaneswar

ଦାମାହୁଦାରୁ ୯୦ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ଦାମାହୁଦା ବଜାରରେ ପାନ ଦୋକାନ କରିଥିବା ଗୋଜାପଥର ଗ୍ରାମର ଶତୃଘନ ମହାନ୍ତ (୩୫)ଙ୍କ ଦୋକାନ ଉପରେ ଆଜି ସନ୍ଧ୍ୟାରେ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ସଦଳବଳେ ଚଢାଉ କରିଥିଲେ। ଏହି ସମୟରେ ଶତୃଘନ ତାଙ୍କ ପାନ ଦୋକାନ ଭିତରେ ମୋଟ ୯୦ ବୋତଲ ବିଦେଶୀ ମଦ ରଖିଥିବା ଜଣାପଡିବା ପରେ ଏହାକୁ ଜବତ କରିଥିଲେ। ଶତୃଘନ ମହାନ୍ତଙ୍କୁ ପାଟଣା ଆରକ୍ଷୀ ଗିରଫ କରି ଥାନାକୁ ଆଣିଥିବା ଜଣାପଡିଛି । ଦାମାହୁଦା ଓ ମାଛଗଡ ଅଞ୍ଚଳରେ ବ୍ୟାପକ ପରିମାଣରେ ଚୋରା ବିଦେଶୀ ମଦ ଓ ମହୁଲି ମଦ ବିକ୍ରି ହେଉଥିବା ବେଳେ କୌଣସି ଥାନାଧିକାରୀ ଏତେ ପରିମାଣର ବିଦେଶୀ ମଦ ଜବତ କରିବା ଘଟଣା ପାଟଣା ଥାନା ପାଇଁ ପ୍ରଥମ ଘଟଣା ବୋଲି କୁହାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories