www.samajalive.in
Monday, December 8, 2025
14.1 C
Bhubaneswar

ଖୋଲୁନି ବ୍ୟାୟାମଶାଳା, ଯୁବଗୋଷ୍ଠୀ ନିରାଶ !

ସାରନଗରୀ : ମହାମାରୀ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ତାଲାବନ୍ଦ ଓ ସପ୍ତାହନ୍ତ ବନ୍ଦ। ଏହି ବନ୍ଦ ବେଳେ ଜରୁରୀ ଓ ଅତି ଆବଶ୍ୟକ ଦୋକାନକୁ ବାଦ ଦେଲେ ଅନ୍ୟ ଦୋକାନ ବଜାର ବନ୍ଦ ରହିଛି। ଗତବର୍ଷ ତାଲାବନ୍ଦ ସମୟରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ବ୍ୟାୟାମ ଶାଳା(ଜିମ୍‌) ଗୁଡ଼ିକୁ ବନ୍ଦ ରଖାଯାଇଥିଲା। ପୁଣି ପର୍ଯ୍ୟାୟ କ୍ରମେ ତାଲା ଖୋଲିବା(ଅନଲକ) ପରେ କମ ସଂଖ୍ୟକ ପ୍ରଶିକ୍ଷକ ଓ ବ୍ୟକ୍ତି ମାନଙ୍କୁ ନେଇ ବ୍ୟାୟାମ ଶାଳା(ଜିମ) ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ବର୍ତମାନ ବ୍ୟାୟାମଶାଳା ଗୁଡ଼ିକ ବନ୍ଦ ରହିବା ଫଳରେ ବିଶେଷ କରି ଯୁବଗୋଷ୍ଠୀ ମାନେ କସରତ କରିବାକୁ ସୁଯୋଗ ପାଉନାହାନ୍ତି। ଅନ୍ୟପକ୍ଷେ ବିଭିନ୍ନ ଛୋଟ ବଡ଼ ପାର୍କ ବନ୍ଦ ରହିଛି, ଯାହା କେବଳ ପ୍ରାତଃ ଓ ସଂଧ୍ୟା ସମୟରେ ଲୋକମାନେ ରାଜରାସ୍ତାରେ ବିଚରଣ କରି ଭ୍ରମଣ କରିବା ସହ ନିଜ ଶରୀରକୁ ସୁସ୍ଥ ଓ ସତେଜ ରଖି ପାରୁଛନ୍ତି ।

ଦକ୍ଷିଣ ରାଉରକେଲାରେ ଥିବା ବ୍ୟାୟାମଶାଳା ଗୁଡ଼ିକ ବନ୍ଦ ରହିବା କାରଣରୁ କଲେଜ ପଢୁଆ ଯୁବକ, ଯୁବତୀ ମାନଙ୍କୁ ଅଡ଼ୁଆରେ ପକାଇଛି। କରୋନା କାଳରେ ବ୍ୟାୟାମ ଏକାନ୍ତ ଜରୁରୀ ବୋଲି ବହୁ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଉଥିବା ବେଳେ, ସାମାଜିକ ଦୂରତା ବଜାୟ ରଖି ବ୍ୟାୟାମଶାଳା କମ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ଖୋଲାଯିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଅପରପକ୍ଷରେ ଗତ କିଛି ମାସ ହେଲା ବ୍ୟାୟାମଶାଳା(ଜିମ) ଗୁଡ଼ିକ ବନ୍ଦ ରହିବା ଯୋଗୁ ଏହାର ସତ୍ୱାଧିକାରୀ ମାନଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ଜଣେ ବ୍ୟାୟାମ ଶାଳା(ଜିମ)ର ସତ୍ୱାଧିକାରୀଙ୍କ କହିବା ଅନୁଯାୟୀ, ଜିମ ସେଂଟରରେ ଲାଗୁଥିବା ବିଭିନ୍ନ ପ୍ରକାର ସଂରଜାମ ରୁଣ କରି କ୍ରୟ କରାଯାଇଥିଲା। ମାତ୍ର ବର୍ତମାନ କରୋନା ମହାମାରୀ ଯୋଗୁ ଜିମ ସେଂଟର ବନ୍ଦ ରହିବା ଯୋଗୁ ରୁଣ ଟଙ୍କା ପରିଶୋଧ କରିବା ମୁସ୍କିଲ ହୋଇ ପଡ଼ିଛି। ଗତ ବର୍ଷ କରୋନା କାଳରେ ଜିମ ସେଂଟର କିଛି ଦିନ ପାଇଁ ଖୋଲା ରହିଥିଲେହେଁ, ଏତେଟା ଆଶାଜନକ ବେପାର ହୋଇ ନଥିଲା ବୋଲି ସେ ପ୍ରକାଶ କରିଥିଲେ । ଏପରିସ୍ଥଳେ କରୋନା କାଳରେ ଅଳ୍ପ ସଂଖ୍ୟକ ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀ ମାନଙ୍କୁ ନେଇ ବ୍ୟାୟାମଶାଳା ଖୋଲିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories