www.samajalive.in
Monday, December 8, 2025
13.1 C
Bhubaneswar

ଅଲୀଗଡ଼ରେ ବିଷାକ୍ତ ମଦ ପିଇବା ଘଟଣା ; ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି

ଉତ୍ତର ପ୍ରଦେଶର ଅଲୀଗଡ଼ରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ଆଜି ଭୋର ଯାଏଁ ୩୧କୁ ବୃଦ୍ଧି ପାଇଛି। ଅଧିକାଂଶ ଗୁରୁତର ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ଶବ ବ୍ୟଚ୍ଛେଦ କରାଯାଉଛି।
ସୂଚନା ଯୋଗ୍ୟ ; ଗତକାଲି ଏହି ଘଟଣା ବିଷୟରେ ଖବର ମିଳିବା ସହ ପ୍ରଥମେ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଥିଲା। ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଚାଲିଥିଲା। ୭ ମୃତକଙ୍କ ମଧ୍ୟରେ ଅଲୀଗଡ଼ର ଏଚପି ଗ୍ୟାସ କାରଖାନାର ଟ୍ରକ ଚାଳକରଙ୍କ ସମେତ ଲୋଧା ଅଞ୍ଚଳର କରସୁଆ, ନିମାନା, ହୈଭତପୁର, ଅଣ୍ଡଲା ଗାଁର ଲୋକ ସାମିଲ ଥିଲେ।

ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଅଲୀଗଡ଼ରେ ଆତଙ୍କର ବାତାବରଣ ଖେଳିଯାଇଥିଲା। ଏହା ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଲୀଗଡ଼ ଜିଲାପାଳ ଚନ୍ଦ୍ରଭୂଷଣ ସିଂହଙ୍କ ସୂଚନା ଅନୁସାରେ, ପ୍ରଥମେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ କରାଯାଉଛି। ତଦନ୍ତରୁ ଯେଉଁମାନେ ଦୋଷୀ ବୋଲି ଜଣାପଡ଼ିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

- Advertisement -

ଗାଁ ନିକଟରେ ଥିବା ଏକ ଭାଟିରୁ ଲୋକମାନେ ମଦ କିଣି ପିଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାପରେ ଜଣକ ପରେ ଜଣେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ଭୋର ଯାଏଁ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories