ସ୍ୱାଦିଷ୍ଟ କଞ୍ଚାଲଙ୍କା ଅଣ୍ଡା ଫ୍ରାଏ

ଆବଶ୍ୟକ ସାମଗ୍ରୀ

ସିଝା ଅଣ୍ଡା – ୩ଟି

ତେଲ – ଆବଶ୍ୟକ ପରିମାଣରେ

କଟା ପିଆଜ – ୨ଟି

କଟା କଞ୍ଚା ଲଙ୍କା – ୩ଟି

ଅଦା ରସୁଣ ବଟା – ୨ ଚାମଚ

କଟା ଟମାଟୋ – ୧ଟି

ହଳଦୀ ଗୁଣ୍ଡ – ଅଳ୍ପ

ଲଙ୍କା ଗୁଣ୍ଡ – ଅଳ୍ପ

ଲୁଣ – ଆବଶ୍ୟକ ପରିମାଣରେ

ଗରମ ମସଲା – ଅଳ୍ପ

ଚିକେନ ମସଲା – ଅଳ୍ପ

କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପିଆଜ, କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ଭାଜିବା ପରେ ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ କଟା ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, ଚିକେନ ମସଲା, ଲୁଣ ପକାଇ ଭଲ ଭାବେ ଗୋଳାଇ ଅଳ୍ପ ପାଣି ଦେଇ ୧୦ ମିନିଟ ଫୁଟାନ୍ତୁ। ଏହାପରେ ଏଥିରେ ସିଝା ଅଣ୍ଡାକୁ କୋରି ପକାଇ ଗୋଳାନ୍ତୁ। ୨ ମିନିଟ ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କଞ୍ଚାଲଙ୍କା ଅଣ୍ଡା ଫ୍ରାଏ।

Comments are closed.