www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ‘ୟାସ’ ସମୀକ୍ଷା ବୈଠକ ଶେଷ ; ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହେଁ ଓଡିଶା

ଭୁବନେଶ୍ୱର : ବାତ୍ୟା ୟାସ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡିଶା ଓ ପଶ୍ଚମିବଙ୍ଗ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସମୀକ୍ଷା ବୈଠକ କରିଛନ୍ତି। ୧ ଘଣ୍ଟା ପରେ ବୈଠକ ଶେଷ ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାରେ ଓଡ଼ିଶା ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହୁଁଥିବା ନେଇ ରାଜ୍ୟ ପକ୍ଷରୁ କୁହାଯାଇଛି। ଏନେଇ ବୈଠକରେ ଆଲୋଚନା ହୋଇଥିବା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଦାବି କରାଯାଇଛି। ଉନ୍ନତ ପ୍ରଯୁକ୍ତିବିଦ୍ୟା, ଭୂତଳ କେବୁଲିଂ ବ୍ୟବସ୍ଥା, ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା , ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ତାର କୌଣସି ବ୍ୟବସ୍ଥା ନ ଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏହି ଦୁଇ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ସହାୟତା ନେଇ ବୈଠକରେ ଦାବି କରାଯାଇଛି। ବର୍ତ୍ତମାନର ବାତ୍ୟା ନେଇ ଆମେ କିଛି ଦାବି କରିଛୁ। ଯାହା ଏବେ ଆବଶ୍ୟକ ତାହା ଏବେ ସମ୍ଭାଳି ନେବୁ। ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବୁ ବୋଲି ଏସଆରସି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସମୀକ୍ଷା ପରେ ଏବେ ଏରିଏଲ ସର୍ଭେ କରୁଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ବୈଠକ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି। ଅଞ୍ଚଳ ବୁଲି ଦେଖିବା ପରେ ସଂଧ୍ୟା ସୁଦ୍ଧା ସହାୟତା ଘୋଷଣା କରିବେ। ଓଡିଶା ସହ କେନ୍ଦ୍ର ସରକାର ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ବିପର୍ଯ୍ୟୟର ସ୍ଥାୟୀ ସମାଧାନ ଦାବି କରିଥିଲେ। ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ରାଜ୍ୟ ସରକାରଙ୍କ ଦାବି ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories