www.samajalive.in
Monday, December 8, 2025
24.1 C
Bhubaneswar

ରାତି ୭ଟା-ମୁଖ୍ୟ ଖବର

ବାତ୍ୟା ‘ୟାସ’ର ପ୍ରଭାବ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ବୈଠକ

– ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ

–ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ  ପରେ ଭୁବନେଶ୍ୱରରେ ସମୀକ୍ଷା

–ପଶ୍ଚିମବଙ୍ଗ ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ମଧ୍ୟ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

–ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

-୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ, ବାତ୍ୟା ଆଶ୍ରୟସ୍ଥଳରୁ ଫେରିବା ପରେ କୋଭିଡ୍ ଲକ୍ଷଣ ନେଇ ନଜର ରଖିବାକୁ ନିର୍ଦ୍ଦେଶ

-ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁ ଆନନ୍ଦପୁରରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଛି : ଏସଆରସି
-ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି : ଏସଆରସି

-ଗତକାଲି ଠାରୁ ଆଜି ସକାଳ ୮ଟା ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ହାରାହାରି ୧୨୭ ମିମି, ସୁନ୍ଦରଗଡ଼ ଜିଲ୍ଲାରେ ୧୦୧ ମିମି, ମୟୂରଭଞ୍ଜରେ ୯୬ ମିମି ଏବଂ ଦେବଗଡ ଜିଲ୍ଲାରେ ୯୨ ମିମି ବର୍ଷା ରେକର୍ଡ କରାଯାଇଛି : ଏସଆରସି

-ବାତ୍ୟା ୟସ୍ ପୂର୍ବରୁ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ୪,୫୫୫ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

-ବାତ୍ୟା ସମୟରେ ସୁରକ୍ଷିତ ଭାବରେ ୭୫୦ ଶିଶୁ ଜନ୍ମ ନେଇଛନ୍ତି, ନବଜାତ ଶିଶୁ ଓ ମା’ମାନେ ସୁରକ୍ଷିତ ଅଛନ୍ତି।

–କରୋନା ସ୍ଥିିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା

-ଦେଶରେ ଧୀରେ ଧୀରେ କମୁଛିସଂକ୍ରମଣ ହାର,ଓଡ଼ିଶାରେ ବଢୁଛି 

–ଏପ୍ରିଲ ୨୯ରେ ଦେଶରେ ସଂକ୍ରମଣ ହାର ଥିଲା ୨୧.୫%, ଏବେ ତାହା ଖସି ୧୦.୪୫%ରେ ପହଞ୍ଚିଛି : ଲବ ଅଗ୍ରୱାଲ

– ଟିକାକରଣ ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲଙ୍କ ସୂଚନା

-ଏବେ ଦୈନିକ ୪୩ଲକ୍ଷ ଟିକାକରଣ ହେଉଛି, ୩ ସପ୍ତାହରେ ୭୩ ଲକ୍ଷକୁ ବଢ଼ାଯିବ, ପରବର୍ତ୍ତୀ ସମୟରେ ଦିନକୁ ୧ କୋଟି ଟିକାକରଣ ନେଇ ପ୍ରସ୍ତୁତ ହେବାକୁ ପଡ଼ିବ

–ଦେଶରେ ଗତ ତିନିଦିନ ହେଲାଣି ସଂକ୍ରମଣ ହାର ୧୦% ତଳେ ରହିଛି, ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମଣ ହାର ୯.୭୫%ରହିଛି

– କଳା କବକ ସଂକ୍ରମଣ: ଆମେରିକାରୁ ଆସିବ ୧୦ ଲକ୍ଷ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ

– ଚିନ୍ତା ବଢ଼ାଉଛି ଧଳା କବକ ସଂକ୍ରମଣ; ରୋଗୀଙ୍କ ଅନ୍ତ୍ରନଳୀରେ ହୋଇଯାଉଛି ଛିଦ୍ର

– କରୋନା ବିରୋଧୀ ଲଢ଼େଇ​ରେ ସାମିଲ ହେଲା ‘କକ୍‌ଟେଲ ଆଣ୍ଟିବଡି’, ରୋଗୀଙ୍କ ଉପରେ ୭୦% ପ୍ରଭାବୀ

– ଭାରତୀୟ ଔଷଧ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି

– ଦେଶରେ ୨.୮୩ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

– ୧୨ ବର୍ଷରୁ ଊର୍ଦ୍ଧ୍ଵ ପିଲାଙ୍କ ପାଇଁ ଉପଯୁକ୍ତ ଫାଇଜର ଟିକା, ଭାରତରେ ତ୍ଵରିତ ମଞ୍ଜୁରୀ ପାଇଁ କମ୍ପାନୀର ନିବେଦନ

– ଆତଙ୍କବାଦକୁ କୂଟନୀତି ଭାବରେ ଗ୍ରହଣ କରିପାରିବୁ ନାହିଁ: ଜୟଶଙ୍କର

–ବିପଦ ସଙ୍କେତ ଉପରେ ବୈତରଣୀ

–ପ୍ରବଳ ବର୍ଷା ଯୋଗୁଁ ଆନନ୍ଦପୁରରେ ଫୁଲୁଛି ବୈତରଣୀ

– ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ଉଡାଣ ଆରମ୍ଭ

– ରାଜ୍ୟରେ ଦିନକରେ ୬୭୩୬ ନୂଆ ସଂକ୍ରମିତ ଚିହ୍ନଟ; ଅନୁଗୁଳରୁ ସର୍ବାଧିକ ୭୮୮

–ରାଜ୍ୟରେ ଦିନକରେ ଆଉ ୩୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ;  ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୬୧୮

– କରୋନାରେ ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

– ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

– ସଞ୍ଜୟ ଦତ୍ତଙ୍କୁ ୟୁଏଇର ଗୋଲ୍ଡେନ ଭିସା

– ନୂଆ ଆଇଟି ନିୟମ ସାମାଜିକ ଗଣମାଧ୍ୟମର ଦୁରୁପୋଯୋଗ ରୋକିବାକୁ ଉଦ୍ଦିଷ୍ଟ: ରବିଶଙ୍କର

– ଡୋମିନାକାରେ ଧରାପଡିଲେ ପଳାତକ ବ୍ୟବସାୟୀ ମେହୁଲ ଚୋକସୀ

– କୋଭିଡ-୧୯ ଉତ୍ପତ୍ତିର ଗୋଇନ୍ଦା ରିପୋର୍ଟ ମାଗିଲେ ବାଇଡେନ, ତିନିମାସ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories