www.samajalive.in
Wednesday, December 10, 2025
16.1 C
Bhubaneswar

ଦୁନିଆର ସବୁଠାରୁ ଦୁର୍ଲ୍ଲଭ ହୀରା ; ୨୧୮ କୋଟି ଟଙ୍କାରେ ହୋଇଛି ନିଲାମ

ହୀରାକୁ ସମସ୍ତ ରତ୍ନ ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି କୁହାଯାଏ। ଏହାର ମୂଲ୍ୟ ମଧ୍ୟ ଅନ୍ୟ ରତ୍ନ ତୁଳନାରେ ବେଶ ଅଧିକ। ହଙ୍ଗକଙ୍ଗରେ ‘ଦ ସକୁରା’ ନାମକ ଏକ ଦୁର୍ଲ୍ଲଭ ଓ ଖୁବ ଆକର୍ଷକ ପର୍ପଲ-ପିଙ୍କ ହୀରାର ନିଲାମ କରାଯାଇଛି। ଏକ ସ୍ୱତନ୍ତ୍ର ଗହଣା ଦୋକାନ ଦ୍ୱାରା କରାଯାଇଥିଲା। ଏହି ହୀରାର ଓଜନ ପ୍ରାୟ ୧୫.୮୧ କ୍ୟାରେଟ ରହିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ହୀରାଟି ବିଶେଷ ହେବାର କାରଣ ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ ପର୍ପଲ-ପିଙ୍କ ହୀରା।
ରିପୋର୍ଟ ଅନୁଯାୟୀ, ଏହି ହୀରାର ନିଲାମ ଖୁବ ଐତିହାସିକ।୨୯.୩ ମିଲିୟନ ଡଲାର ଅର୍ଥାତ ପ୍ରାୟ ୨୧୮ କୋଟି ଟଙ୍କାରେ ଏହି ହୀରାର ନିଲାମ ହୋଇଛି। ଏପର୍ଯ୍ୟନ୍ତର ଏହା ସବୁଠାରୁ ବଡ ମହଙ୍ଗା ହୀରା। ଏହି ହୀରାକୁ ପ୍ଲାଟିନମ୍‍ ଓ ସୁନାର ମୁଦିରେ ରଖାଯାଇ ନିଲାମ କରାଯାଇଛି। ନିଲାମ ସମୟରେ ଏହି ହୀରା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ସଭିଁଙ୍କୁ ନିଜ ନିକଟକୁ ଆକର୍ଷିତ କରୁଥିଲା। ଗୋଲାପି ହୀରାରେ ସାଧାରଣତଃ କିଛି ସ୍ୱତନ୍ତ୍ରତା ହେତୁ ଏହା ଖୁବ ଦୁର୍ଲ୍ଲଭ ହୋଇଥାଏ।
ପୂର୍ବ ବର୍ଷ ମଧ୍ୟ ୧୪.୮ କ୍ୟାରେଟର ପର୍ପଲ-ପିଙ୍କ ହୀରାର ନିଲାମ ୧୯୬ କୋଟି ଟଙ୍କାରେ ହୋଇଥିଲା। ମାତ୍ର ‘ଦ ସକୁରା’ର ଓଜନ ଓ ନିଲାମର ମୂଲ୍ୟ ଏହାର ରେକର୍ଡକୁ ଭାଙ୍ଗି ଦେଇଥିଲା। ଏହି ହୀରାକୁ ଏସିୟାର ଜଣେ ଗ୍ରାହକ କିଣିଛନ୍ତି ବୋଲି ସୂଚନା ମିଳିଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories