www.samajalive.in
Tuesday, December 9, 2025
15.1 C
Bhubaneswar

କଳା କବକ ସଂକ୍ରମଣ: ଆମେରିକାରୁ ଆସିବ ୧୦ ଲକ୍ଷ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କଳା କବକ ସଂକ୍ରମଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଧୀରେ ଧୀରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ଅତିକ୍ରମ କଲାଣି। ତନ୍ମଧ୍ୟରୁ ଗୁଜରାଟରୁ କେବଳ ୨୮୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରୁ ୨୭୦୦, ଆନ୍ଧ୍ରପ୍ରଦେଶରୁ ୭୦୦ ଏବଂ ରାଜଧାନୀ ନୂଆଦିଲ୍ଲୀରୁ ୬୨୦ ରୋଗୀ ଠାବ ହୋଇଛନ୍ତି। ଏହି ରୋଗୀ ସଂଖ୍ୟା ବଢୁ୍‌ଥିବାବେଳେ ଏହାର ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ଇଞ୍ଜେକ୍ସନ ଆମ୍ଫୋଟେରିସିନ୍‌ର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଆମେରିକାର ଏକ କମ୍ପାନୀଠାରୁ ୧୦ ଲକ୍ଷ ଆମ୍ଫୋଟେରିସିନ ଇଞ୍ଜେକ୍ସନ କିଣିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

କଳା କବକ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ଚିକିତ୍ସା ପାଇଁ ଆବଶ୍ୟକ ଆମ୍ଫୋଟେରିସିନ ଇଞ୍ଜେକ୍ସନ ଯେକୌଣସି ସ୍ଥାନରୁ କିଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଥିଲେ। ଏହା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ଦେଶ ସହିତ ଯୋଗାଯୋଗ କରିଥିଲା। ଆମେରିକାର ଗିଲିୟାର୍ଡ ସାଇନ୍‌ସେସ୍‌ ବୋର୍ଡ ଭାରତକୁ ଏହି ଇଞ୍ଜେକ୍ସନ ଯୋଗାଇବାକୁ ଆଗକୁ ଆସିଥିବା ସୂଚନା ମିଳିଛି। ଏହି କମ୍ପାନୀଠାରୁ ଭାରତ ୧୦ ଲକ୍ଷ ଇଞ୍ଜେକ୍ସନ କ୍ରୟ କରିବ ବୋଲି ଜଣାପଡ଼ିଛି।

- Advertisement -

ସୂଚନା ଅନୁସାରେ, ଆମେରିକାରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୧ ହଜାର ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ଆସିସାରିଛି। ଅବଶିଷ୍ଟ ୮୫ ହଜାର ଇଞ୍ଜେକ୍ସନ ଖୁବଶୀଘ୍ର ପହଞ୍ଚିବ। ପର୍ଯ୍ୟାୟକ୍ରମେ ୧୦ ଲକ୍ଷ ଇଞ୍ଜେକ୍ସନ ଆସିବ। ଅଧିକ ଇଞ୍ଜେକ୍ସନ ପାଇଁ ଅନ୍ୟ ଦେଶଗୁଡ଼ିକ ସହଯୋଗ ଯୋଗାଯୋଗ କରାଯାଉଛି। କଳା କବକ ସଂକ୍ରମଣ ବିରୋଧୀ ଲଢ଼େଇରେ ଯେପରି ଇଞ୍ଜେକ୍ସନର ଅଭାବ ସୃଷ୍ଟି ନ ହେବ ସେଥିପ୍ରତି ସରକାର ଉଦ୍ୟମ ଚଳାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories