www.samajalive.in
Monday, December 8, 2025
24.1 C
Bhubaneswar

୮ଶହ ୫୦ କିଲୋ ଗଂଜେଇ ଜବତ, ୪ ଗିରଫ

ମୋହନା: ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ଵବଧାନରେ ଏସଆଇ ରବିନ୍ଦ୍ର ନାରାୟଣ ପାତ୍ର, ଜନ ଶବର ଓ କର୍ମଚାରୀ ମିଳିତଭାବେ ଗୁଲୁବା ଅଞ୍ଚଳରେ ଦିନବେଳା ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଟାଟା ୪୦୭ ଗାଡିକୁ ଉକ୍ତ ପଞ୍ଚାୟତ ଅଧିନ ଗାଲି ମେରା ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଦେଖି ଗାତିକୁ ଅଟକାଇ ଥିଲେ। ଗାତିକୁ ଯାଞ୍ଚ କରିବା ସମୟରେ ଗାଡିର ପଛ ପଟୁ ଜରି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ମୋହନା ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡାଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୮ଶହ ୫୦ କିଲୋ ୭୦୦ଗ୍ରାମ ହୋଇଥିଲା ।

ଗଞ୍ଜେଇ ଗୁଲୁବା ଅଞ୍ଚଳରୁ ସଂଗ୍ରହୀତ ହୋଇ ଝାଡଖଣ୍ଡ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା। ଏହି ଟାଟା ଗାତିରେ ୨ ଟି ନମ୍ବର ପ୍ଳେଟ ବ୍ୟବହାର କରାଯାଉଥିଲା। ଗୋଟିଏ ନମ୍ବର ଝାଡଖଣ୍ଡର ଥିବାବେଳେ ଅନ୍ୟଟି ଓଡ଼ିଠ୨ଏବିଠ୧୩୩ କୁ ବ୍ୟବହାର କରାଯାଉଥିଲା। ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଅଡବା ଥାନା ଅଞ୍ଚଳ ଲକ୍ଷ୍ମୀପୁର ଗ୍ରାମର ୩ ଜଣ ହେଲେ ଆବେଲୁ ଲିମା(୪୫) . ସୁଧିର ଲିମା(୨୧) ,ସୁମନ୍ତ ମାଝୀ(୨୦) ଓ ଝାଡଖଣ୍ଡ ଅଞ୍ଚଳର ବାସ୍କକାଲି ଆନସାରି(୫୫) ଏ ସମସ୍ତ ମାଫିଆଙ୍କୁ ଗିରଫ କରାଯିବା ସହ ଗାଡିକୁ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ ରା. ଉଦୟଗିରି କୋର୍ଟରେ ହାଜର କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories