www.samajalive.in
Thursday, December 11, 2025
27.1 C
Bhubaneswar

ସଚେତନତା ଯୋଗୁଁ ଛୁଇଁ ପାରିନି କରୋନା ସଂକ୍ରମଣ

ନବରଙ୍ଗପୁର: ଗ୍ରାମବାସୀଙ୍କ ସଚେତନତା ଯୋଗୁଁ ବର୍ତମାନ ପର୍ଯ୍ୟନ୍ତ ଗ୍ରାମକୁ ଛୁଇଁପାରିନି କରୋନା ମହାମାରୀ। ଏପରି ଦାବି କରିଛନ୍ତି ଗ୍ରାମବାସି। ଛତିଶଗଡ ରାଜ୍ୟକୁ ଲାଗି ଏହି ଗ୍ରାମ ରହିଥିଲେ ମଧ୍ୟ ଗ୍ରାମରେ ପ୍ରଥମ ଲହର କିମ୍ବା ଦ୍ଵିତୀୟ ଲହରରେ ବର୍ତମାନ ପର୍ଯ୍ୟନ୍ତ କରନା ଗ୍ରାମର ଜଣକୁ ଛାଡିଦେଲେ ଆଉ କେହି ବି ଆକ୍ରାନ୍ତ ଚି଼ହ୍ନଟ ହୋଇନଥିବା ଗ୍ରାମବାସୀ ଦାବି କରୁଥିବା ଜଣାପଡିଛି। ଏହି ଗ୍ରାମଟି ହେଉଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାଲେଙ୍ଗା ଗ୍ରାମପଂଚାୟତର ସଦର ମହକୁମା। ଏଠାରେ ଦୁଇଟି ୱାର୍ଡ ରହିଥିବା ବେଳେ ୧୫୮୦ ଜଣ ବସବାସ କରନ୍ତି। ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି।

ଏହି ଗ୍ରାମ ଛତିଶଗଡ ରାଜ୍ୟକୁ ଲାଗି ରହିଥିବା ବେଳେ କେତାକାଂଶ ଯୁବଗୋଷ୍ଠୀ ସେଠାକୁ କିମ୍ବା ଆନ୍ଧ୍ରପ୍ରଦେଶକୁ ଯାଇ ଦାଦନ ଖଟନ୍ତି। କିନ୍ତୁ ବର୍ତମାନ କରୋନା ଲହର ଚାଲିଥିବାରୁ ସମସ୍ତ ଦାଦନ ଶ୍ରମିକ ଘରକୁ ଫେରିଆସିଥିବା ବେଳେ କରୋନା ଆରମ୍ଭ ବେଳକୁ ଗ୍ରାମର ଜଣେ ମାତ୍ର କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଥିଲା। ସେହି ଦିନଠୁଁ ଆଜି ପର୍ଯ୍ୟନ୍ତ କେହି ମଧ୍ୟ କରୋନା ଆକ୍ରାନ୍ତ ହୋଇନାହାନ୍ତି। କରୋନାକୁ ନେଇ ସରକାର ଯେଉଁ ସବୁ ନିୟମାବଳୀ କରିଛନ୍ତି ତାହାକୁ ଏଠାକାର ଲୋକେ ମାନୁଥିବା ଦେଖିବାକୁ ମିଳିଛିl ଆଶାକର୍ମୀ ଓ ଅଙ୍ଗନବାଡି ଘରକୁ ଘର ବୁଲି ସଚେତନତା କରିବା ସହ ବୈଠକ କରି ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛିl

- Advertisement -

ଅନ୍ୟପଟେ ଗ୍ରାମର ଯୁବଗୋଷ୍ଠୀ ଆଉ ଏକ ପାଦ ଆଗକୁ ଯାଇ ରାସ୍ତାରେ ବାଉଁଶ ବାଡ଼ି ଲଗାଇ ଅନ୍ୟ ଗ୍ରାମର ଲୋକଙ୍କୁ ପ୍ରବେଶ କରାଇ ଦେଉନାହାନ୍ତିl ଗ୍ରାମର ଯୁବଗୋଷ୍ଠୀ ପାଳି କରି ବେରିକେଟ ପାଖରେ ଜଗିବା ସହ ବିନା ଅନୁମତିରେ ଗ୍ରାମକୁ ପଶିବାକୁ ଦେଉନଥିବା ଦେଖିବାକୁ ମିଳିଛିl ଗ୍ରାମବାସୀଙ୍କ ଏଭଳି ମିଳିତ ସହଯୋଗ ଯୋଗୁଁ ବର୍ତମାନ ପର୍ଯ୍ୟନ୍ତ ବାଲେଙ୍ଗା ଗ୍ରାମରେ କରୋନା ମହାମାରୀ ପାଦ ଦେଇପାରିନାହିଁ ବୋଲି ପଂଚାୟତ ସରପଞ୍ଚ ମୋତିରାମ ଭତରା, ଦୁର୍ଜନ ମିର୍ଗାନ ଏବଂ ଆଶାକର୍ମୀ ଦେବକୀ ମିର୍ଗାନ ପ୍ରମୁଖ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories