ଜି.ଉଦୟଗିରି: ଜି.ଉଦୟଗିରିରେ କିଛି ବୁଲା କୁକୁର ଭୂତାଣୁ ଜନିତ ରୋଗରେ ମରିବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ଏହାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି। ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି ଅଞ୍ଚଳର କିଛି କୁକୁର ଭୂତାଣୁ ଜନିତ ରୋଗରେ ପ୍ରାଣ ହାନି ଘଟିବା ପରେ ସ୍ଥାନୀୟ ବ୍ଳକ ପ୍ରଶାସନିକ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣୀ ଚିକିତ୍ସାଧିକାରୀ ଡ.ଶ୍ରୀପତି ସେଠୀ,ସହକର୍ମୀ ସୁନ୍ଦର ସିଂ ପ୍ରଧାନ ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଟାନ “ସ୍ବାତୀ”ର କର୍ମୀ ସଞ୍ଜୟ ଦିଗାଳଙ୍କ ସହଯୋଗରେ ଚାରୋଟି ବୁଲା କୁକୁରକୁ ଭୂତାଣୁ ଜନିତ ଇଞ୍ଜେକ୍ସନ ସହ ଇଲୋକ୍ଟ୍ରୋରାଲ ପାଣି ଦିଆଯାଇଥିବା ଜଣାପଡିଛି। ଆଗକୁ ସବୁ ବୁଲା କୁକୁରକୁ ଏହି ଇଞ୍ଜେକ୍ସନ ଦିଆଯିବା ବୋଲି ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।
Popular Categories



