www.samajalive.in
Monday, December 8, 2025
27.1 C
Bhubaneswar

ଅଟୋ ସହ ୨୧୮ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା:  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କନ୍ଧଗଣି  ଛକରେ ମୋହନା ପୁଲିସ ଏସଆଇ ସ୍ଵରବ କିଷାନ ଓ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଅଟୋରୁ ୨୧୮ କିଲୋ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି ।  ଗିରଫ ଅଭିଯୁକ୍ତ ଜଣକ ହେଲେ ବାଘଡ଼ଙ୍ଗର ଗାଁର ଦିଲ୍ଲିପ ପାଇକ (୩୭)। ଅଭିଯୁକ୍ତ ଜଣକ ତୁମାଙ୍ଗପଦର ଅଞ୍ଚଳରୁ ଗଞ୍ଜେଇ ନେଇ ଗଞ୍ଜାମ ଜିଲା ଅଭିମୁଖେ ଚାଲାଣ କରୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଲୁହାଗୁଡି ପଞ୍ଚାୟତ ଅଧିନ କନ୍ଧଗଣି ଛକରେ ଅଟୋକୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ପୁଲିସ ଅଟୋରୁ  ୭ ବସ୍ତା ଗଂଜେଇ ଜବତ କରିଛି। ଏହି ବସ୍ତା ଗୁଡ଼ିକୁ ଓଜନ କରିବାବେଳେ ସ୍ଥାନୀୟ ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା ଉପସ୍ଥିତ ଥିଲେ। ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛାନ୍ତି । ଏନେଇ ମୋହନା ଥାନା କେସ ନମ୍ୱର ୧୦୫/୨୧ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

 

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories