www.samajalive.in
Monday, December 8, 2025
24.1 C
Bhubaneswar

ନ୍ୟୁୟର୍କରେ ପହଞ୍ଚିଲେ ଜୟଶଙ୍କର, ଟିକା ଆମଦାନୀ ନେଇ କରିବେ ଆଲୋଚନା

ନ୍ୟୁୟର୍କ: ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ୫ ଦିନିଆ ଆମେରିକା ଗସ୍ତରେ ଯାଇ ସୋମବାର ନ୍ୟୁୟର୍କରେ ପହଞ୍ଚିଛନ୍ତି। ଭାରତରେ କରୋନା ମହାମାରୀର ୨ୟ ତରଙ୍ଗ ଆତଙ୍କ ଖେଳାଇଥିବାବେଳେ ଟିକାର ଅଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଛି। ତେଣୁ ଜୟଶଙ୍କର ଏହି ଗସ୍ତ ସମୟରେ ଆମେରିକୀୟ କମ୍ପାନୀଗୁଡ଼ିକ ସହିତ କୋଭିଡ ଟିକା, ଘରୋଇ ଉତ୍ପାଦନ ଲାଗି କଞ୍ଚା ମାଲ ଏବଂ ଟିକାର ମିଳିତ ଉତ୍ପାଦନର ସମ୍ଭାବନା ଉପରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁସାରେ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ। ଏହି ସମୟରେ ସେ ନ୍ୟୁୟର୍କରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ସହିତ ସାକ୍ଷାତ କରିବା ସମ୍ଭାବନା ରହିଛି। ଏହାସହିତ ୱାଶିଂଟନରେ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଂକେନଙ୍କ ସହିତ ଆଲୋଚନା କରିବେ। ଆମେରିକା ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ସେଠାକାର ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଦ୍ବିପାକ୍ଷିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିବେ।

- Advertisement -

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତ ଜାନୁୟାରୀରେ ଦାୟିତ୍ଵ ଗ୍ରହଣ କରିବା ପରେ ଭାରତର କୌଣସି ବରିଷ୍ଠ ମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। କୁହାଯାଉଛି ଯେ, ଗସ୍ତ ସମୟରେ ଜୟଶଙ୍କର କୋଭିଡ ଟିକାର ଘରୋଇ ଉତ୍ପାଦନ ବୃଦ୍ଧି ଲାଗି ଆମେରିକାରୁ କଞ୍ଚାମାଲ ଆମଦାନୀକୁ ତ୍ଵରାନ୍ବିତ କରିବା ଉପରେ ଗୁରୁତ୍ଵ ଦେଇପାରନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories