www.samajalive.in
Monday, December 8, 2025
13.1 C
Bhubaneswar

ଛୁରା ମାଡ଼ରେ ୩ ଆହତ, ୨ ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କଥାକୁ ନେଇ ଜଣେ ଉତ୍ୟକ୍ତ ଯୁବକର ଛୁରା ମାଡ଼ରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ସୂଚନା ମୁତାବକ, ପଣ୍ଡିକୋଟ ପଂଚାୟତରେ ସରପଞ୍ଚ ପାଞ୍ଚ ଦିନପାଇଁ ସଟଡାଉନ ଘୋଷଣା କରିଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଆଜି ଦିନବେଳା ସେହି ଗ୍ରାମର ଜଣେ ଯୁବକ କୁବେର ହରିଜନ ସକାଳ ୧୦ଘଣ୍ଟା ସମୟରେ ଉତ୍ୟକ୍ତ ହୋଇ ଛୁରୀରେ ଆକ୍ରମଣ କରିବାରୁ ଛୁରା ମାଡ଼ରେ ୩ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ପାପଡାହାଣ୍ଡି ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ପୋଲିସ କହିବା ଅନୁଯାଇ ଗ୍ରାମର ଡିସେମ୍ବର ହରିଜନ ଏବଂ କୁବେର ହରିଜନ ମଧ୍ୟରେ ଗତକାଲି ମୋବାଇଲକୁ ନେଇ ବଚସା ହୋଇଥିଲା । ସେହି ବଚସାକୁ ନେଇ ଆଜି ସକାଳେ ଡିସେମ୍ବର ଏବଂ ତାର ଦୁଇ ସାଥି ସଞ୍ଜୟ ହରିଜନ ଏବଂ ଉଦୟ ହରିଜନ ଏକାଠି ବସିଥିବା ସମୟରେ କୁବେର ଉତ୍ୟକ୍ତ ହୋଇ ଏକ ଛୁରୀ ସାହାଯ୍ୟରେ ଡିସେମ୍ବରଙ୍କୁ ଆକ୍ରମଣ କରିବା ସମୟରେ ଦୁଇ ସାଥି ତାକୁ ରକ୍ଷା କରିବାକୁ ଯାଇ ସେମାନେ ବି ଆକ୍ରମଣର ଶିକାର ହୋଇଥିଲେ । ଛୁରାର ଆକ୍ରମଣରେ ଵିସେମ୍ବରର ପେଟରେ ତିନଟି ସ୍ଥାନରେ ଆଘାତ ହୋଇଥିବା ବେଳେ ସଞ୍ଜୟ ଏବଂ ଉଦୟଙ୍କୁ ମଧ୍ୟ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ୩ଜଣକୁ ପାପଡାହାଣ୍ଡି ମେଡିକାଲକୁ ଅଣାଯିବ ପରେ ୨ ଜଣ ଗୁରୁତରଙ୍କୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏପଟେ ଅଭିଯୁକ୍ତ ଘଟଣା ଘଟାଇ ଫେରାର ହୋଇଯାଇଥିବା ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଧୁ ଶବର ସୂଚନା ଦେଇଛନ୍ତି ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories