www.samajalive.in
Thursday, December 11, 2025
15.1 C
Bhubaneswar

କରୋନା ଆକ୍ରାନ୍ତ ପ୍ରସୂତିଙ୍କୁ ପ୍ରସବ କରାଇଲେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨ ଡାକ୍ତର

କାଶୀପୁର : ସମ୍ପ୍ରତି କରୋନା କାଳରେ ମାନବିକତା ହଜି ଯାଉଥିବା ବେଳେ ଆକ୍ରାନ୍ତଙ୍କୁ ନିଜ ସଂପର୍କୀୟ ମଧ୍ୟ ସହଯୋଗର ହାତ ବଢ଼ାଉ ନାହାନ୍ତି। ଏଭଳି ସ୍ଥିତିରେ ରାୟଗଡ଼ା ଜିଲା କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରାବଡା ରାମା ରାଓ ଓ ସହଯୋଗୀ ଡାକ୍ତର ଜନ୍ମେଜୟ ଦାସ ସମେତ ସେମାନଙ୍କ ଏକ ଟିମ ଏକ କରୋନା ଆକ୍ରାନ୍ତ ପ୍ରସୂତୀଙ୍କ ସଂକଟାପନ୍ନ ଅବସ୍ଥାରେ ପ୍ରସବ କରାଇଛନ୍ତି। ପ୍ରସୂତିଜଣକ ଏକ ସୁରକ୍ଷିତ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯାହା ସମ୍ପୃକ୍ତ ଡାକ୍ତରଙ୍କ ଏବଂ ଟିମର ମହାନତାକୁ ପୁଣି ପ୍ରମାଣିତ କରିଛି।

 

- Advertisement -

ମିଳିଥିବା ଖବର ଅନୁଯାଇ ଗତକାଲି ବିଳମ୍ବିତ ରାତ୍ରିରେ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ କୋଡିଗୁଡା ଗ୍ରାମର ନାଥ ଗୌଡଙ୍କ ସ୍ତ୍ରୀ ରାଇବାରି ଗୌଡ(୨୮) ପ୍ରସବ ବେଦନାରେ ଛଟପଟ ହୋଉଥିବା ବେଳେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡ୍ୟୁଟିରେ ଥିବା ଦୁଇଜଣ ଡାକ୍ତର ସମ୍ପୃକ୍ତ ପ୍ରସୂତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ସହ କରୋନା ଲକ୍ଷଣ ଥିବା ଯୋଗୁଁ କରୋନା ପରୀକ୍ଷଣ କରିଥିଲେ। ଏଥିରେ ପ୍ରସୂତି ରାଇବାରି ଗୌଡ କରୋନା ସଂକ୍ରମିତ ଥିବା ପରୀକ୍ଷଣରୁ ଜଣାପଡିଥିଲା। ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ବେଳେ ତାଙ୍କୁ ଅମ୍ଲଜାନ ଦେଇ ତାଙ୍କର ଏକ କନ୍ୟା ସନ୍ତାନ ପ୍ରସବ କରାଇଥିଲେ ଡାକ୍ତର ରାବଡା ରାମା ରାଓ ଓ ତାଙ୍କ ସହଯୋଗୀ ଡାକ୍ତର ଜନ୍ମେଜୟ ଦାସ। ପ୍ରସବ ପରେ କନ୍ୟା ସନ୍ତାନର ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର ସୂଚନା ଦେଇଥିବା ବେଳେ ମାଙ୍କ ଚିକିତ୍ସା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି। ମା’ ରାଇବାରି ଗୌଡଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ସ୍ବତନ୍ତ୍ର ଶଯ୍ୟାରେ ମହିଳାଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଟିମର ଏଭଳି ମହାନତା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯିବା ସହ ସାଧୁବାଦ ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories