www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଶାସନର ସହାୟତାରେ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ

ଗୁଣପୁର: କରେନାର ଦ୍ବିତୀୟ ଲହରରେ ଗ୍ରାମାଞ୍ଚଳରେ ମୃତ୍ୟୁ ଘଟୁଥିବା ରୋଗୀଙ୍କ ପାଖ ମାଡୁନାହାନ୍ତି ସାହି ପଡିଶା, ଆତ୍ମୀୟ ଲୋକେ। ମୃତ୍ୟୁପରେ ଘରଦାଣ୍ଡରେ ପଡି ରହୁଛି ଶବ। ଏଭଳି ସ୍ଥିତିରେ କିଛି ସ୍ୱେଚ୍ଛାସେବୀମାନେ ଆଗଭର ହୋଇ ଶବ ସତ୍କାର କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର ପଦ୍ମପୁର ପେରପାଙ୍ଗ ଗ୍ରାମରେ। ପି.ତିରୁପତୀ ନାମକ ବ୍ୟକ୍ତି ଗତ ୫ଦିନ ହେଲା ଅସୁସ୍ଥ ହୋଇ ଘରେ ପଡିଥିଲେ। ଆଜି ହଠାତ୍ ସକାଳୁ ସେ ଶେସ ନିଶ୍ବାସ ତ୍ୟାଗ କରିଥିଲେ। ତେବେ କରେନା ସନ୍ଦେହ କରି ଆତ୍ମୀୟ ଲୋକେ ପାଖକୁ ଯାଇ ନ ଥିଲେ। ଏଭଳି ସମୟରେ ସ୍ଥାନିୟ ସରପଞ୍ଚ ଏବଂ ପେରୁପାଙ୍ଗ ଗ୍ରାମର କିଛି ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ପରେ ବିଡିଓ ଦୟାମୟ ପାଡୀ, ତହସିଲଦାର ନୀଳମାଧବ ମାଝୀ, ପ୍ରଭାକର ମଲ୍ଲିକ ଯୋଗାଣ ଅଧିକାରୀ, ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝି, ମେଡିକାଲର ବିପିଏମ ମୋନଜ ପଣ୍ଡା, ସ୍ଥାନିୟ ସ୍ବାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡି ଦିଦି ଉପସ୍ଥିତ ରହି ପ୍ରଶାସନ ତରଫରୁ ୬ଟି ପିପିଇ କିଟ, ଗ୍ଲବସ୍ବ ଏବଂ ପଲିଥିନ ପ୍ରଦାନ କରିବା ପରେ ସ୍ୱେଚ୍ଛାସେବୀମାନେ କୋଭିଡ କଟକଣାରେ ଶବ ସତ୍କାର କରିଥିଲେ।

ଆଜି ସକାଳ ୭ଟାରେ ତିରୁପତି ପ୍ରାଣତ୍ୟାଗ କରିଥିଲେ। ମାନବିକତା ଦେଖାଇ ସ୍ଥାନିୟ ସରପଞ୍ଚଙ୍କ ସ୍ବାମୀ ବୃନ୍ଦାବନ ଶବର ଏବଂ କାଶିନାଥ ସାହୁ ଏବଂ କିଛି ସ୍ୱେଚ୍ଛାସେବୀ ଯୁବକ ପିପିଇ କିଟ ପିନ୍ଧି ଶବ ସତ୍କାର କରିଥିଲେ। ଆଉ ତିରୁପତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ନମୁନା ସଂଗ୍ରହ କରିବା ସହ ସାହିକୁ ପୁରା ସାନିଟାଇଜର କରିବା ପାଇଁ ପ୍ରଶାସନ ପାଖରେ ନିବେଦନ କରିଥିଲେ।

- Advertisement -

ଅନ୍ୟପଟେ ବ୍ଲକର ଆମ୍ଭାବାଡି ଗ୍ରାମରେ ୧୩ଜଣ ପଜେଟିଭ ଚିହ୍ନଟ ହେବାପରେ ଗ୍ରାମକୁ ବ୍ଲକ ପ୍ରଶାସନ ପହଞ୍ଚି ଲୋକଙ୍କୁ ସଚେତନତା କରିଥିଲା। ଗ୍ରାମକୁ ସୁରକ୍ଷିତ ରଖିବା ଓ ପରିବାରଙ୍କୁ ସୁରକ୍ଷା ଦେବା ବୋଲି ବିଡ଼ିଓ ଗ୍ରାମ ଲୋକଙ୍କୁ ବୁଝାସୁଝା କରିଥିଲେ।ମେଡିକାଲ ଟିିମ ସହ ଆଶା ଅଙ୍ଗନବାଡି ଦିଦି ପହଞ୍ଚି ଘରକୁ ଘର ବୁଲି ଆକ୍ରାନ୍ତମାନଙ୍କୁ ହୋମକ୍ବାରେଣ୍ଟେଇନରେ ରଖି ଔଷଧ ଦେଇଥିବା ଦେଖିବାକୁ ମିଳିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories