www.samajalive.in
Sunday, December 7, 2025
14.1 C
Bhubaneswar

ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ କେନ୍ଦ୍ରର ନିର୍ଦେଶ: କରୋନାର ଭାରତୀୟ ଭାରିଆଣ୍ଟ ସମ୍ପର୍କିତ ଖବର ହଟାଅ

ନୂଆଦିଲ୍ଲୀ: କରୋନା ଭୂତାଣୁର ଭାରତୀୟ ଭାରିଆଣ୍ଟ ବି୧.୬୧୭ ସମ୍ପର୍କିତ ଖବରକୁ ହଟାଇବା ଲାଗି କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ଆଦେଶ ଦେଇଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିର୍ଦେଶ ଦିଆଯାଇଥିବା ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଥିଲା ଯେ, କରୋନା ଭୂତାଣୁର ବି.୧.୬୧୭ ଭାରିଆଣ୍ଟ, ଯହା ସର୍ବପ୍ରଥମେ ଭାରତରେ ଦେଖାଯାଇଥିଲା, ତାହା ସାରା ବିଶ୍ଵ ପାଇଁ ଚିନ୍ତାର ବିଷୟ ପାଲଟିପାରେ।

ସରକାରଙ୍କ ତରଫରୁ ସମସ୍ତ ସାମାଜିକ ଗଣମାଧ୍ୟମ କମ୍ପାନୀଙ୍କୁ ଚିଠି ଲେଖି କୁହାଯାଇଛି ଯେ, ଗଣମାଧ୍ୟମ ରିପୋର୍ଟରେ ବି.୧.୬୧୭ ଭାରିଆଣ୍ଟକୁ ବିନା କୌଣସି ତଥ୍ୟ ଆଧାରରେ ଭାରତୀୟ ଭାରିଆଣ୍ଟ ରୂପରେ ଦର୍ଶାଯାଇଛି। ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ଏ ସମ୍ପର୍କିତ ସବୁ ଖବର ଏବଂ ପୋଷ୍ଟକୁ ହଟାଇବା ଲାଗି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବି.୧.୬୧୭ କରୋନାର ଏକ ନୂଆ ଭାରିଆଣ୍ଟ ନିଶ୍ଚୟ, କିନ୍ତୁ ଏହାକୁ ଭାରତୀୟ ଭାରିଆଣ୍ଟ ବୋଲି କହିବା ଠିକ୍‌ ନୁହେଁ। ଏପରି କି ଡବ୍ଲ୍ୟୁଏଚଓ ବି ଏହାକୁ ଭାରତୀୟ ଭାରିଆଣ୍ଟ କହିନାହିଁ।

- Advertisement -

ତେବେ ସରକାରଙ୍କ ଏହି ପତ୍ରକୁ ସାର୍ବଜନୀନ କରାଯାଇ ନାହିଁ। କିନ୍ତୁ ପତ୍ରରେ ଦିଆଯାଇଥିବା ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ ରଏଟର୍ସକୁ ସୂଚନା ଦେଇଛନ୍ତି। କରୋନାର କୌଣସି ପ୍ରକାର ଭାରିଆଣ୍ଟକୁ ବିନା କୌଣସି ତଥ୍ୟ ଆଧାରରେ ଭାରତୀୟ ଭାରିଆଣ୍ଟ କହିବା ଦେଶର ଛବିକୁ ଖରାପ କରିବା ସଙ୍ଗେ ସମାନ। ଏପରି ରିପୋର୍ଟ ଜରିଆରେ ଲୋକଙ୍କ ମଧ୍ୟରେ ଭୁଲ ବାର୍ତ୍ତା ଦିଆଯାଉଛି ବୋଲି ସରକାରଙ୍କ ଆଦେଶନାମାରେ କୁହାଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories