www.samajalive.in
Wednesday, December 10, 2025
16.1 C
Bhubaneswar

ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ କରାଯାଉ: ସୁବ୍ରମଣ୍ୟନ ସ୍ବାମୀ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ନାମକୁ ବଦଳାଇ ଇନ୍ଦ୍ରପ୍ରସ୍ଥ କରିବାକୁ ଦାବି କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟନ ସ୍ବାମୀ। ଏ ନେଇ ସେ ଏକ ଟ୍ବିଟ୍‌ କରି ନିଜର ଦାବି ଉପସ୍ଥାପନ କରିଛନ୍ତି। ଏହା ସହିତ ଏଥିପାଇଁ ସେ ଦ୍ରୌପଦୀ ଟ୍ରଷ୍ଟର ଡା. ନୀରା ମିଶ୍ରାଙ୍କ ଦ୍ବାରା କରାଯାଇଥିବା ଏକ ଗବେଷଣାକୁ ବି ଉଲ୍ଲେଖ କରିଛନ୍ତି।

- Advertisement -

ସୁବ୍ରମଣ୍ୟନ ସ୍ବାମୀ ଲେଖିଛନ୍ତି, ଡା. ନୀରା ମିଶ୍ରାଙ୍କ ଗବେଷଣାକୁ ମିଳିଥିବା ତଥ୍ୟ ରାଜଧାନୀର ପୁନଃ ନାମକରଣ ପାଇଁ ପର୍ଯ୍ୟାପ୍ତ। ଏହା ସହିତ ସେ ଆହୁରି ଲେଖିଛନ୍ତି ଯେ, ତାଙ୍କୁ ତାମିଲନାଡୁର ଜଣେ ମହାନ ଋଷି କହିଥିଲେ ଯେ, ଯେପର୍ଯ୍ୟନ୍ତ ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ କରା ନ ଯାଇଛି, ସେପର୍ଯ୍ୟନ୍ତ ଦେଶରେ ବିବାଦପୂର୍ଣ୍ଣ ସ୍ଥିତି ଲାଗି ରହିବ।

ସୂଚନାଯୋଗ୍ୟ ଯେ, ଡା. ନୀରା ମିଶ୍ରା ନିଜ ଗବେଷଣା ସନ୍ଦର୍ଭରେ ଅନେକ ସାକ୍ଷ୍ୟ ଏକତ୍ରିତ କରିଛନ୍ତି, ଯେଉଁଥିରୁ ପ୍ରମାଣିତ ହେଉଛି ଯେ, ବହୁ ବର୍ଷ ତଳେ ବର୍ତ୍ତମାନର ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ ରହିଥିଲା। ଗବେଷଣାରେ କୁହାଯାଇଛି ଯେ, ମହାଭାରତରେ ତ ଏହି ନାମ ରହିଛି, ଏହା ସହିତ ୧୯୧୧ରେ ବ୍ରିଟିଶ ସରକାରଙ୍କ ଅଧିସୂଚନାରେ ବି ଏହାର ପ୍ରମାଣ ମିଳୁଛି। ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ରେକର୍ଡ ସହିତ ବ୍ରିଟିଶ ଏବଂ ମୋଗଲ ଶାସନର ରାଜସ୍ବ ଓ ଅନ୍ୟାନ୍ୟ ରେକର୍ଡରେ ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ ରହିଥିବା ଉଲ୍ଲେଖ ଅଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories