www.samajalive.in
Thursday, December 11, 2025
14.1 C
Bhubaneswar

ବାତ୍ୟା ‘ୟାସ୍‍’ – ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସତର୍କତା

ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ତାମିଲନାଡୁ, ପଶ୍ଚିମବଙ୍ଗର ଏବଂ ଆଣ୍ଡାମାନ ନିକୋବରକୁ ସତର୍କ

ସମ୍ଭାବିତ ବାତ୍ୟା ‘ୟାସ୍‍’କୁ ଦୃଷ୍ଟିରେ ରଖି ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କତା ଅବଲମ୍ବନ କରିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆସନ୍ତା ୨୬ରେ ବାତ୍ୟା ୟାସ୍‍ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାଛଡ଼ା ପୂର୍ବତଟ ରାଜ୍ୟଗୁଡ଼ିକ ସମେତ ଆଣ୍ଡାମାନ୍‍ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
ରାଜେଶ ଭୂଷଣ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ତାମିଲନାଡୁ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ତଥା ଆଣ୍ଡାମାନ ନିକୋବରର ପ୍ରଶାସନିକ ମୁଖ୍ୟଙ୍କୁ କେତେକ ପଦକ୍ଷେପ ନେବାକୁ ଚିଠି ଲେକିଛନ୍ତି।

- Advertisement -

ଅତ୍ୟଧିକ ବର୍ଷା ଯୋଗୁଁ କେତେକ ଜଳ ବାହିତ ଏବଂ ବାୟୁ ବାହିତ ରୋଗ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ଆଗୁଆ ପଦକ୍ଷେପ ନେବାକୁ ସେ କହିଛନ୍ତି। ଏହାର ମୁକାବିଲା ନିମନ୍ତେ ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ନିକୋବର, ଓଡ଼ିଶା, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ହସ୍ପିଟାଲ ବିପର୍ଯ୍ୟୟ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାମୟିକ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଶ୍ରୀ ଭୂଷଣ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଜରୁରିକାଳୀନ ସ୍ୱାସ୍ଥ୍ୟଗତ ସମସ୍ୟାର ମୁକାବିଲା ନିମନ୍ତେ ଡାକ୍ତରଖାନା, ଲ୍ୟାବ୍‍, ଟିକା ରହୁଥିବା ସ୍ଥାନ, ଅମ୍ଳଜାନ ପ୍ରସ୍ତୁତ ୟୁନିଟ୍‍ ପାଇଁ ନିରନ୍ତର ବିଦ୍ୟୁତ୍‍ ଯୋଗାଣ ସୁନିଶ୍ଚିତ କରିବା ସହ ଆବଶ୍ୟକ ଔଷଧପତ୍ର ମହଜୁଦ କରିବା ଆବଶ୍ୟକ। ଏହାଛଡ଼ା ବାତ୍ୟା ଏବଂ ବର୍ଷା ସମୟରେ ଯେଭଳି ଅକ୍ସିଜେନ୍‍ ଟ୍ୟାଙ୍କର ବିନା ପ୍ରତିବନ୍ଧକରେ ଯାତାୟତ କରିପାରିବ ସେ ନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories