www.samajalive.in
Thursday, December 11, 2025
16.1 C
Bhubaneswar

ବଜ୍ରପାତରେ ନଣନ୍ଦ ଭାଉଜ ମୃତ

ପାଟଣା : ଆଜି ଦିନ ୨ଟା ସମୟରେ ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମହୁଲଗାଡ଼ିଆ ସୀମା କୁଦୁରୁଗୁଡ଼ା ନିକଟରେ ମାସେ ହେଲା ତମ୍ବୁ ମାରି ରହୁଥିବା କିଛି ଝାଡ଼ଖଣ୍ଡୀ ପରିବାରଙ୍କ ତମ୍ବୁ ନିକଟରେ ବଜ୍ରପାତ ହେବାରୁ ୨ ମହିଳାଙ୍କ ସମେତ ଜଣେ ନାବାଳିକାଙ୍କ ର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଥାନା ଚେରେଇ ଗ୍ରାମର କୁବାନି ବାସଲେଙ୍କ ପତ୍ନୀ ରାମକଲି(୪୦) ଓ ରାଞ୍ଚିର ଅମରେଶ ପାୱାରଙ୍କ ପତ୍ନୀ ଦିଲୋଭା ପାୱାର (୫୫) ନାମ୍ନୀ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ବୟ ସମ୍ପର୍କରେ ନଣନ୍ଦ ଭାଉଜ ବୋଲି ଜଣାପଡିଛି। ଗୁରୁତର ଥିବା ରାଞ୍ଚି ଥାନା ଚେରେ଼ଇ ଗ୍ରାମର କୁବାନୀ ବାସଲେଙ୍କ ନାବାଳିକା ଝିଅ ଅଶ୍ଵିନୀ ବାସଲେ(୭) ଜଣେ ନାବାଳିକାକୁ ଗୁରୁତର ଅବସ୍ଥାରେ ଘଟଗାଁ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତାରେ ନାବାଳିକା ଜଣକ ମଧ୍ୟ ପ୍ରାଣ ହରାଇଛି।
ଖବର ପାଇ ଘଟଗାଁ ଥାନା ଆରକ୍ଷୀ ଉପ ନିରୀକ୍ଷକ ମାନସ ରଞ୍ଜନ ବେହେରା, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ , ତାଲିମ ରେ ଥିବା ସହକାରୀ ଆରକ୍ଷୀ ଉପ ନିରୀକ୍ଷକ ଭରତ କୁମାର ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଢେଙ୍କିକୋଟ ନିକଟ ମହୁଲଗାଡ଼ିଆ କୁଦୁରୁଗୁଡ଼ା ନିକଟରେ ର ତମ୍ବୁ ମାରି ୫୦ ଟି ପରିବାର ମାସେ ହେଲା ରହି ବେପାର ବଣିଜ କରି ଆସୁଥିଲେ। ଆଜି ବଜ୍ରପାତ ରେ କୁବାନି ବାସଲେ ଙ୍କ ପତ୍ନୀ ଓ ୭ ବର୍ଷର ଝିଅର ମୃତ୍ୟୁ ଘଟିଛି। ଜଣେ ମୋବାଇଲ ରେ କଥା ହେଉଥିବା ବେଳେ ଓ ଅନ୍ୟ ଦୁଇ ଜଣ ଏକ ଗଛ ତଳେ ବସିଥିବା ବେଳେ ବଜ୍ରପାତ ହୋଇଥିଲା।ବଜ୍ରପାତ ରେ ଏହି ଯାଯାବର ପରିବାର ଉଜୁଡ଼ି ଯାଇଥିବାରୁ ଢେଙ୍କିକୋଟରେ ଦୁଃଖର ଲହରୀ ଖେଳିଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories