www.samajalive.in
Thursday, December 11, 2025
18.1 C
Bhubaneswar

ସୁନ୍ଦରଲାଲ ବହୁଗୁଣାଙ୍କ ଦେହାନ୍ତ, କରୋନାରେ ଆକ୍ରାନ୍ତ ଥିଲେ

ଡେରାଡୁନ: ଚିପ୍‌କୋ ଆନ୍ଦୋଳନର ସୂତ୍ରଧର ତଥା ବିଶିଷ୍ଟ ପରିବେଶବିତ୍‌ ସୁନ୍ଦରଲାଲ ବହୁଗୁଣାଙ୍କର କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୯୪ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହେବା ପରେ ରୁଷିକେଶସ୍ଥିତ ଏମ୍‌ସରେ ତାଙ୍କର ଚିକିତ୍ସା ଚାଲିଥିଲା। ଫୁସଫୁସ ସଂକ୍ରମଣ ଯୋଗୁ ନିମୋନିଆ ହୋଇଯାଇଥିଲା। ତାଙ୍କୁ ସିପେପ୍‌ ମେଶିନ ସପୋର୍ଟରେ ରଖାଯାଇଥିଲା ଏବଂ ତାଙ୍କର ଅମ୍ଳଜାନ ସାଚୁରେଶନ ସ୍ତର ୮୬ ପ୍ରତିଶତକୁ ଖସିଆସିଥିଲା। ଏମ୍‌ସ ଡାକ୍ତରମାନେ ତାଙ୍କର ରକ୍ତ ସୁଗାର ସ୍ତର ଏବଂ ଅମ୍ଳଜାନ ସ୍ତରକୁ ସନ୍ତୁଳିତ କରିବା ଲାଗି ପ୍ରୟାସ ଚଳାଇଥିଲେ, କିନ୍ତୁ ସେଥିରେ ସଫଳତା ମିଳି ନ ଥିଲା। ବହୁଗୁଣା ମଧୁମେହ ରୋଗରେ ବି ପୀଡ଼ିତ ଥିଲେ।

ବିଶ୍ଵପ୍ରସିଦ୍ଧ ପରିବେଶବିତ୍‌ ତଥା ପଦ୍ମବିଭୂଷଣ ସୁନ୍ଦରଲାଲ ବହୁଗୁଣାଙ୍କ ମୃତ୍ୟୁ ପରେ ଉତ୍ତରାଖଣ୍ଡରେ ଶୋକର ବାତାବରଣ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ଚିପ୍‌କୋ ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିଥିବା ଶ୍ରୀ ସୁନ୍ଦରଲାଲ ବହୁଗୁଣାଙ୍କ ଦେହାନ୍ତ କେବଳ ରାଜ୍ୟ ପାଇଁ ନୁହେଁ, ବର ସାରା ଦେଶ ଏବଂ ବିଶ୍ଵ ପାଇଁ ଅପୂରଣୀୟ କ୍ଷତି। ଈଶ୍ଵର ତାଙ୍କ ଆତ୍ମାକୁ ସଦ୍‌ଗତି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଏବଂ ଦୁଃଖ ସହିବାକୁ ଶକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories