ଗୁଣପୁର: ଆଜି ଜଣେ କରୋନା ପଜିଟିଭ ଗର୍ଭବତୀ ମହିଳା ଗୁଣପୁର ଉପଖଣ୍ଡ ମେଡିକାଲରେ ପ୍ରସବ ନିମନ୍ତେ ଆସିଥିବା ବେଳେ ମେଡିକାଲ କତ୍ତୃପକ୍ଷଙ୍କ ଉଦ୍ୟମ କ୍ରମେ ଜଣେ ଶିଶୁ ପୁତ୍ର ଜନ୍ମିତ ହୋଇଛି। ଗୁଡାରୀ ବ୍ଲକର ଧରାପୁର ଗ୍ରାମରେ ମାଣିକ ଶବର ପ୍ରସବ ଯନ୍ତ୍ରଣା ହେବାରୁ ଆଜି ଅପରାହ୍ନରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଭର୍ତ୍ତି ହୋଇଥିଲେ। ପ୍ରସ୍ତୁତି ମହିଳା ମାଣିକଙ୍କ କୋଭିଡ ପରୀକ୍ଷା କରିବା ବେଳେ ତାଙ୍କର ପଜିଟିଭ ଚିହ୍ନଟ ହୋଇଥିଲେ। ଡାକ୍ତର ରତିକାନ୍ତ ସାହୁ ଓ ଷ୍ଟାଫ ନର୍ସ କବିତା ପ୍ରଧାନଙ୍କ ଉଦ୍ୟମରେ ପିପିଇ କିଟ୍ ପରିଧାନ କରି ପ୍ରସ୍ତତି ମହିଳାର ଚିକିତ୍ସା କରିଥିଲେ। ଏହି ନବଜାତ ଶିଶୁ ସୁସ୍ଥ ଥିବା ସହ ୩କେଜି ୪୭୦ଗ୍ରାମ ଥିବା ଜଣାପଡିଛି।
ଗର୍ଭବତୀ ମହିଳାଜଣକ ଏଥିପୂର୍ବରୁ କୋଭିଡ ପରୀକ୍ଷା କରିନଥିବା ବେଳେ ଆଜି ହଠାତ୍ ପରୀକ୍ଷା କରିବା ସମୟରେ ପଜିଟିଭ ଚିହ୍ନଟ ହୋଇଥିଲା ଯାହା ଫଳରେ ପରିବାର ଲୋକ ଭୟଭୀତ ଅବସ୍ଥା ଥିଲେ। ଡାକ୍ତରଙ୍କ ଉଦ୍ୟାମ କ୍ରମେ ଶିଶୁ ପୁତ୍ର ଜନ୍ମତ ହୋଇଥିବା ସେ ସୁସ୍ଥ ଥିବା ଡାକ୍ତର ରତିକାନ୍ତ ସାହୁ ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳରେ ବହୁ ଲୋକଙ୍କ ସ୍ୱାବ ପରୀକ୍ଷା କରାଯାଉ ଥିବାରୁ କୋରନା ପଜିଟିଭ କରିବା ପ୍ରଶାସନ ପାଇଁ ଏକ ଚେଲେଞ୍ଚ ସୃଷ୍ଟି ହୋଇଛି। ରୋଗୀମାନେ ମେଡିକାଲରେ ଭର୍ତ୍ତି ହେବା କ୍ଷଣେ କୋଭିଡ ପରୀକ୍ଷା ନାଁରେ ସରକାରୀ ଓ ବେସକାରୀ ଚିକିତ୍ସାଳୟ ପକ୍ଷରୁ ନାକେଦମ କରାଯାଉଥିବା ବେଳେ ଆଜି ଗୁଣପୁର ଉପଖଣ୍ଡ ମେଡିକାଲ ଏଭଳି ପ୍ରସବ ନିମନ୍ତେ ଉଦ୍ୟମ କରିବା ସାଧାରଣରେ ପ୍ରଶଂସା କରାଯାଇଛି। ବର୍ତ୍ତମାନ ନବଜାତ ଶିଶୁଙ୍କ ସହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରସବ ମହିଳାଙ୍କୁ ପୃଥିକ ଭାବେ ଚିକିତ୍ସା କରାଯାଉଥିବା ଜଣାପଡିଛି।



