ଗଡମଧୁପୁର : କରୋନାର ପ୍ରଥମ ଲହର ପରେ ପେଟ ପାଟଣା ପାଇଁ ଅନେକ ଲୋକ ନିଜର ଜୀବନ ଜୀବିକା ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ଦଇବ ଦାଉ ସାଧିଲା କରୋନାର ଦ୍ୱୀତିୟ ଲହର ସାରା ଦେଶରେ ନିଜର କାୟା ବିସ୍ତାର କରିବାରୁ ଏବେ ଜୀବିକା ହରାଇ ପୁଣି ଘର ମୁହାଁ ପ୍ରବାସୀ। କିନ୍ତୁ ଘର ବାହୁଡା ପାଇଁ ଅଣ୍ଟିରେ ଟଙ୍କା ନାହିଁ। ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲାର କିଛି ଯୁବକ ତାଲାବନ୍ଦ ପରେ ପୁଣି କର୍ମସଂସ୍ଥାନ ଆଶାରେ ତାମିଲନାଡୁ ଚାଲି ଯାଇଥିଲେ। କିନ୍ତୁ କରୋନାର ଦ୍ୱୀତୀୟ ଲହର ଯୋଗୁ ସେଠାରେ କାମ ହରାଇ ନାନା ଅସୁବିଧାରେ ରହିଥିଲେ। ଘରକୁ ଆସିବାକୁ ଚାହୁଁଥିଲେ ମଧ୍ୟ ଅର୍ଥ ବାଧକ ସାଜିଥିଲା।
ଏଭଳି ଖବର ଶୁଣି ଯାଜପୁର ଜିଲା କବାଟବନ୍ଧ ଅଞ୍ଚଳର ସ୍ୱେଚ୍ଛାସେବୀ ତଥା ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରା ସହାୟତାର ହାତ ବଢ଼ାଇ ସେମାନଙ୍କୁ ଘରକୁ ଫେରିବାରେ ସାହାଯ୍ୟ କରିଛନ୍ତି। ସେମାନେ ଅସିବାପାଇଁ ଆବଶ୍ୟକ ଗାଡି ଭଡା ଓ ଖାଦ୍ୟପେୟ ପାଇଁ ଆବଶ୍ୟକ ଅର୍ôଥକ ସାହାଯ୍ୟ ଫଳରେ ସେମାନେ ଆଜି ଗାଁ ମୁହାଁ ହୋଇପାରିଛନ୍ତି। ଦୁଖରେ ଭାଙ୍ଗି ପଡ଼ିଥିବା ଏହି ପ୍ରବାସୀ ମାନେ ଏବେ ଖୁସିରେ ଘରକୁ ଫେରୁଥିବାରୁ ସରୋଜଙ୍କୁ ଧନ୍ୟବାଦ ଦେବା ସହିତ ଅନ୍ୟ ମାନେ ମଧ୍ୟ ତାଙ୍କର ପାଦାଙ୍କ ଅନୁସରଣ ପୂର୍ବକ ପ୍ରବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ଫେରୁଥିବା ପ୍ରବସୀ ସନ୍ତୋଷ ସାହୁ ନିବେଦନ କରିଛନ୍ତି।
ଭଲ ଖବର : ପ୍ରବାସୀଙ୍କୁ ଫେରିବାରେ ସାହାଯ୍ୟ କଲେ ସରୋଜ
Popular Categories



