www.samajalive.in
Saturday, December 13, 2025
26.1 C
Bhubaneswar

ଧୂଳିକଣାରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ କରୋନା ଭୂତାଣୁ, ଘରେ ପଙ୍ଖା ରଖାଯିବା ସ୍ଥାନ ବି ଗୁରୁତ୍ଵପୂର୍ଣ୍ଣ; ନୂଆ ନିର୍ଦେଶାବଳୀ ଆଣିଲେ ସରକାର

ନୂଆଦିଲ୍ଲୀ: କୋଭିଡ-୧୯ ଭୂତାଣୁ ସଂଚାରଣ ରୋକିବା ଦିଗରେ ମୁଖ୍ୟ ଭୂମିକା ନିର୍ବାହ କରେ ପର୍ଯ୍ୟାପ୍ତ ବାୟୁ ଚଳାଚଳ ବା ଭେଣ୍ଟିଲେଶନ। ବାୟୁ ଚଳାଚଳ ସୁଗମ ହେଲେ ଭୂତାଣୁ ସଂଚାରଣକୁ ରୋକାଯାଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ। ଏହା ସହିତ ମହାମାରୀ ବିରୋଧୀ ଲଢ଼େଇ ପାଇଁ ରାଘବନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂତନ ନିର୍ଦେଶାବଳୀ ମଧ୍ୟ ଜାରି କରାଯାଇଛି।

ନିକଟରେ ରାଘବନ ଟ୍ବିଟ୍‌ କରି କହିଥିଲେ ଯେ, ଜଣେ ବ୍ୟକ୍ତି ଟିକା ନେଇଥାନ୍ତୁ କିମ୍ବା ନେଇ ନ ଥାନ୍ତୁ, କିନ୍ତୁ ତାଙ୍କୁ ୩ଟି ନିୟମ ଆଦୌ ଭୂଲିବା ଅନୁଚିତ। ଗୋଟିଏ ହେଉଛି ମାସ୍କ, ୨ୟଟି ଶାରିରୀକ ଦୂରତା ଏବଂ ଅନ୍ୟଟି ହେଉଛି ପର୍ଯ୍ୟାପ୍ତ ବାୟୁ ଚଳାଚଳ ବା ଭେଣ୍ଟିଲେଶନ।

- Advertisement -

ନିର୍ଦେଶାବଳୀରେ କୁହାଯାଇଛି ଯେ, ବାୟୁ ଚଳାଚଳ ସୁଗମ ଥିଲେ ସେଥିରେ ଯେମିତି ଗନ୍ଧ ମିଳେଇଯାଏ, ଠିକ ସେହିପରି ଯଦି ବାହାର ପବନ ଘର ଭିତରକୁ ଠିକ୍‌ ଭାବେ ଚଳପ୍ରଚଳ କରେ, ତେବେ ଭୂତାଣୁର ବିପଜ୍ଜନକ ସାନ୍ଦ୍ରତାକୁ ହ୍ରାସ କରାଯାଇପାରେ। ଏଥିରେ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋକପାତ ମଧ୍ୟ କରାଯାଇଛି। ଲାଳର ବଡ଼ ଅଂଶ ଏବଂ ଛିଙ୍କ ସମୟରେ ନାକରୁ ବାହାରୁଥିବା କ୍ଷୁଦ୍ର କଣିକା ଭୂମି ଉପରେ ପଡ଼ିଥାଏ। କିନ୍ତୁ କିଛି କ୍ଷୁଦ୍ର କଣିକା ଧୂଳିକଣା ଜରିଆରେ ୧୦ ମିଟର ଦୂର ପର୍ଯ୍ୟନ୍ତ ଚାଲିଯାଇଥାଏ ବୋଲି ଏଥିରେ କୁହାଯାଇଛି।

ଏହାବ୍ୟତୀତ ନିର୍ଦେଶାବଳୀରେ ଦର୍ଶାଯାଇଛି ଯେ, ଘରେ ପଙ୍ଖା କେଉଁ ସ୍ଥାନରେ ରଖାଯିବା ଉଚିତ ତାହା ବି ଗୁରୁତ୍ଵପୂର୍ଣ୍ଣ। କାରଣ ପଙ୍ଖାକୁ କୌଣସି ଏଭଳି ସ୍ଥାନରେ ରଖିବା ଅନୁଚିତ, ଯାହାଦ୍ବାରା ଦୂଷିତ ବାୟୁ ସିଧାସଳଖ କୌଣସି ବ୍ୟକ୍ତି ନିକଟକୁ ପ୍ରବାହିତ ହେବ।

ସେହପରି ଯଦି କୌଣସି ଘରର ଝରକା, କବାଟ ବନ୍ଦ ରହିଛି, ତେବେ ଭିତର ବାୟୁକୁ ବାହାରକୁ ନେଉଥିବା ଏକ୍‌ଜଷ୍ଟ ପଙ୍ଖା ଚାଲୁ ରହିବା ଉଚିତ। ଏହା ଦ୍ବାରା ଘର ଭିତରେ ସଂକ୍ରମଣ ଆଶଙ୍କାକୁ ହ୍ରାସ କରାଯାଇ ପାରିବ।

କାର୍ଯ୍ୟସ୍ଥଳଗୁଡ଼ିକ ପ୍ରତି ମଧ୍ୟ ନିର୍ଦେଶାବଳୀରେ ଧ୍ୟାନ ଦିଆଯାଇଛି। ଯେକୌଣସି କାର୍ଯ୍ୟସ୍ଥଳରେ ଚଉଡ଼ା ଝରକା ଏବଂ କବାଟକୁ ଖୋଲା ରଖାଯିବା ଦରକାର। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲଗାଯାଇଥିବା ଦରକାର। ଯାହାଫଳରେ ସ୍ବଚ୍ଛ ବାୟୁ ଚଳାଚଳ କରିପାରିବ ଏବଂ ସଂକ୍ରମଣ ଆଶଙ୍କା ହ୍ରାସ ପାଇପାରିବ। ଅଧିକ ବାୟୁ ଚଳାଚଳ ପାଇଁ ଏକଜଷ୍ଟ ପଙ୍ଖା ଲଗାଯିବା ଭଲ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories