www.samajalive.in
Sunday, December 7, 2025
14.1 C
Bhubaneswar

ତାମିଲନାଡୁ ମନ୍ଦିରରେ କରୋନା ଦେବୀଙ୍କ ମୂର୍ତ୍ତି; ଚାଲିଛି ପୂଜାର୍ଚ୍ଚନା

ଚେନ୍ନଇ: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏବେ ଏକ ମନ୍ଦିରରେ ଅଧିଷ୍ଠିତ ହୋଇଛି କରୋନା ଦେବୀଙ୍କ ମୂର୍ତ୍ତି। ଜନସାଧାରଣ କୋଭିଡ-୧୯ ମହାମାରୀ ପ୍ରକୋପରୁ ରକ୍ଷା ପାଇବାକୁ ସେଠାକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି। କୋଏମ୍ବାଟୁରସ୍ଥିତ କାମାଚିପୁରୀ ଅଧିନମ୍‍ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଶେଷରେ ପୂଜାପାଠ ଦ୍ୱାରା କୋଭିଡ ପ୍ରକୋପରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ନିଷ୍ପତ୍ତି ନେଇ ଏହି ମୂର୍ତ୍ତି ସ୍ଥାପନ କରିଛନ୍ତି। ଉକ୍ତ ଅଧିନମ୍‍ ଦାୟିତ୍ୱରେ ଥିବା ଶିବଲିଙ୍ଗେଶ୍ୱର ନାମକ ଜଣେ ବ୍ୟକ୍ତି କହିଛନ୍ତି, ପ୍ଲେଗ୍‍ ମହାମାରୀ ଏବଂ ଅନ୍ୟାନ୍ୟ ଜଟିଳ ରୋଗ ବ୍ୟାପିବା ସମୟରେ ଦେବ ଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ତାହା ପୂଜାର୍ଚ୍ଚନ କରିବା ପ୍ରଥା ସେଠାରେ ପ୍ରଚଳିତ ହୋଇଆସୁଛି।
ତାମିଲନାଡୁରେ ଏହିଭଳି ଅନେକ ମୂର୍ତ୍ତି ପୂଜା ପାଉଛନ୍ତି। ସେଥିମଧ୍ୟାରେ କୋଏମ୍ବାଟୁରରେ ଥିବା ପ୍ଲେଗ୍‍ ମରିଆମ୍ମାନ ମନ୍ଦିରରେ ସ୍ଥାପିତ ମୂର୍ତ୍ତି ଅନ୍ୟତମ। ଜନସାଧାରଣଙ୍କ ବିଶ୍ୱାସ ଯେ ପ୍ଲେଗ୍‍, ହଇଜା ଭଳି ମହାମାରୀ ପ୍ରକୋପରୁ ଦେବ ଦେବୀ ସେମାନଙ୍କୁ ସୁରକ୍ଷା ଦେଇପାରିବେ। ଏବେ କରୋନା ଦେବୀ ମନ୍ଦିରରେ ୪୮ ଦିନ ବ୍ୟାପୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ଏବଂ ଶେଷରେ ମହାଯଜ୍ଞ ଅନୁଷ୍ଠିତ ହେବ। ଅବଶ୍ୟ ସେଥିରେ ଜନସାଧାରଣ ସାମିଲ ହେବାକୁ ଅନୁମତି ଦିଆଯିବ ନାହିଁ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories