www.samajalive.in
Monday, December 8, 2025
27.1 C
Bhubaneswar

ପ୍ରତି ଜିଲ୍ଲାରେ ସ୍ଥାପନ ହେବ ‘କୋଭିଡ୍‍-୧୯ କମାଣ୍ଡ୍‍ ସେଣ୍ଟର୍‍’

କରୋନା ମହାମାରୀ ସଂକ୍ରମଣର ସମନ୍ୱିତ ମୁକାବିଲା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଏକ କୋଭିଡ୍‍ ନାଇଣ୍ଟିନ୍‍ କମାଣ୍ଡ୍‍ ସେଣ୍ଟର୍‍ ସ୍ଥାପନ କରିବାକୁ ଟେକ୍ନୋଲୋଜି ଇନଫର୍ମେଶନ ଫୋରକାଷ୍ଟିଙ୍ଗ ଆଣ୍ଡ ଆସେସମେଣ୍ଟ କାଉନ୍ସିଲ – ଟିଫାକ ପ୍ରସ୍ତାବ ଦେଇଛି। ପ୍ରତ୍ୟେକ ଜିଲ୍ଲାରେ ଏହି କେନ୍ଦ୍ରଗୁଡ଼ିକରେ ଆବଶ୍ୟକ କର୍ମଚାରୀ ଏବଂ ଉପକରଣ ସହ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରିବାକୁ ଟିଫାକ କହିଛି। କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଏବେ ଦ୍ରୁତଗତିରେ ବ୍ୟାପୁଛି ଏବଂ ପୂର୍ବ ଲହରୀ ତୁଳନାରେ ଏହା ଗ୍ରାମାଞ୍ଚଳକୁ ବ୍ୟାପୁଥିବାରୁ ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି।


ଟିଫାକ କହିଛି, ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସଠିକ୍‍ ସୂଚନା ପ୍ରଦାନ କରିବା ଏବଂ ଏହି ମହାମାରୀ ପ୍ରକୋପରୁ ରକ୍ଷା କରିବା ଉଦ୍ଦେଶ୍ୟରେ ସଂକ୍ରମଣ ହାର, ଆରୋଗ୍ୟ ହାର, ମୃତ୍ୟୁହାର, ଔଷଧ ଯୋଗାଣ, ଅକ୍ସିଜେନ୍‍ ଏବଂ ଶଯ୍ୟା ଉପଲବ୍ଧତା ଭଳି ସୂଚନାଗୁଡ଼ିକର ପ୍ରକୃତ ସମୟରେ ଅପ୍‍ଡେଟ୍‍ କରିବାର ଆବଶ୍ୟକତା ରହିଛି। ଏହି ସୂଚନାଗୁଡ଼ିକୁ ଏକ କେନ୍ଦ୍ରୀୟ କମାଣ୍ଡ ସେଣ୍ଟର୍‍ରେ ପର୍ଯ୍ୟାଲୋଚନା କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲେ କରୋନା ମହାମାରୀର ବ୍ୟାପକତାକୁ ହ୍ରାସ କରାଯାଇ ପାରିବ ବୋଲି ଟିଫାକ କହିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories