www.samajalive.in
Saturday, December 6, 2025
26.1 C
Bhubaneswar

ବାଳି, ସାରକୋଳି, କୁଷ୍ପଙ୍ଗି କ୍ଷୁଦ୍ର ନିଷିଦ୍ଧାଞ୍ଚଳ ଘୋଷଣା

ଗୁରୁଡିଝାଟିଆ: କରୋନାର ୨ୟ ଲହରରେ ବାଳି, କୁଷ୍ପଙ୍ଗି ଓ ସାରକୋଳିରେ ଅଧିକ ସଂକ୍ରମଣ ଦେଖାଦେଇଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗାଁମାନଙ୍କରେ ନୂତନ ସଂକ୍ରମିତ ଚିହ୍ନଟ କରିବା ନିମନ୍ତେ ଆଠଗଡ ଉପଖଣ୍ଡ ପ୍ରଶାସନ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଉପରୋକ୍ତ ୩ ଗାଁକୁ କ୍ଷୁଦ୍ର ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ୧୮ ତାରିଖ ପୂର୍ବାହ୍ନ ୬ଟାରୁ ୨୬ ତାରିଖ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ନିଷିଦ୍ଧାଞ୍ଚଳ ହୋଇଥିବା ସ୍ଥାନରେ ଚଳାଚଳ ସଂପୂର୍ଣ୍ଣ ନିଷିଧ କରାଯାଇଛି। ଅତ୍ୟାବଶ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ଆଠଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସଂକ୍ରମିତଙ୍କୁ ଚିହ୍ନଟ କରିବା ସହିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଓ ଆଇନ ଶୃଙ୍ଖଳା ଦାୟିତ୍ୱ ନିର୍ବାହ ପାଇଁ ଆଠଗଡ ଅତିରିକ୍ତ ତହସିଲଦାରଙ୍କୁ କାର୍ଯ୍ୟଭାର ନ୍ୟସ୍ତ କରାଯାଇଛି। ଉପରୋକ୍ତ ୩ ଅଧିକାରୀଙ୍କ କାର୍ଯ୍ୟକୁ ସଠିକ୍ ଭାବରେ ଅନୁଧ୍ୟାନ କରିବା ନିମନ୍ତେ ଆଠଗଡ ତହସିଲଦାରଙ୍କୁ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଯୋଗ୍ୟ, ବାଳିରେ ୨୪, କୁଷ୍ପଙ୍ଗିରେ ୧୦ ଓ ସାରକୋଳିରେ ୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଭଳି ଭାବରେ ଅଧିକ ସଂକ୍ରମିତ ଉପରୋକ୍ତ ୩ଗାଁରେ ନବାହାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି।

- Advertisement -

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories