www.samajalive.in
Monday, December 8, 2025
27.1 C
Bhubaneswar

ନବରଙ୍ଗପୁରରେ କୋଭିଡ କିଓସ୍କ ଉଦଘାଟିତ

ନବରଙ୍ଗପୁର : ନବରଙ୍ଗପୁର ସହରର ଗାନ୍ଧୀ ଛକ ଠାରେ କୋଭିଡ କିଓସ୍କ ଉଦଘାଟନ ହୋଇଯାଇଛି। ଏହାକୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଉଦଘାଟନ କରିଥିବା ବେଳେ ବିଧାୟକ ସଦାଶିବ ପ୍ରଧାନୀ ଓ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି। କରୋନା ମୁକାବିଲା ପାଇଁ ଆବଶ୍ୟକ ମାସ୍କ, ହେଣ୍ଡ ୱାସ, ସେନିଟାଇଜର, ଫିନାଇଲ, ଫୋଗ ମେସିନ ଇତ୍ୟାଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଏହି ଦ୍ରବ୍ୟ ଗୁଡିକୁ ମିଶନ ଶକ୍ତି ର ସଦସ୍ୟ ଓ ସଦସ୍ୟା ମାନଙ୍କ ପ୍ରୟାସରେ ସେହି କିଓସ୍କ ଆରମ୍ଭ କରାଯାଇଛି। ଏହା ଲୋକ ମାନଙ୍କ ମଧ୍ୟରେ ଏକ ସଚେତନ ବାତାବରଣ ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ଅଜିତ କୁମାର ମିଶ୍ର କହିଛନ୍ତି। ଏଥି ସହିତ ଏହି ସମସ୍ତ ଜିନିଷ ଲୋକମାନେ ସୁଲଭ ମୂଲ୍ୟରେ ପାଇପାରିବେ ବୋଲି କହିଛନ୍ତି।

- Advertisement -

ଏହି କାର୍ଯ୍ୟକ୍ରମରେ ପିଡ଼ି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍, ପୌର ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ଓରମାସର ଉମା ମହେଶଙ୍କ ସମେତ ମିଶନ ଶକ୍ତିର ବହୁ ମହିଳା ସଦସ୍ୟା ଉପସ୍ଥିତ ଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories