www.samajalive.in
Sunday, December 14, 2025
14.1 C
Bhubaneswar

କୋହଲିଙ୍କ ଶତକ; ଇଂଲଣ୍ଡର ଲକ୍ଷ୍ୟ ୫୨୧

ଟ୍ରେଣ୍ଟବ୍ରିଜ୍‍ : ଘରୋଇ ଇଂଲଣ୍ଡଠାରୁ କ୍ରମାଗତ ୨ଟି ଟେଷ୍ଟମ୍ୟାଚ୍‍ ହାରିବା ପରେ ଭାରତ ଚଳିତ ୩ୟ ଟେଷ୍ଟମ୍ୟାଚ୍‍ରେ ବିଜୟ ସମ୍ଭାବନା ସୃଷ୍ଟି କରିପାରିଛି। ମ୍ୟାଚ୍‍କୁ ଭାରତ ନିଜ ନିୟନ୍ତଣକୁ ନେଇପାରିଛି। ଆଗକୁ ଘରୋଇ ଇଂଲଣ୍ଡକୁ ମ୍ୟାଚ୍‍ ବଞ୍ଚାଇବା ପାଇଁ କେବଳ ଲଢ଼େଇ କରିବାକୁ ପଡ଼ିବ। ମ୍ୟାଚ୍‍ର କ୍ରମାଗତ ୩ୟ ଦିନରେ ଘରୋଇ ଦଳ ବିପକ୍ଷରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ପ୍ରଥମ ଇନିଂସରେ ୧୬୮ ରନ୍‍ ଆଗରେ ରହିଥିବା ଭାରତ ସୋମବାର ୩ୟ ଦିନରେ ମଜ୍‍ଭୁତ ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡକୁ ମ୍ୟାଚ୍‍କୁ ଫେରିବାର ସୁଯୋଗ ଦେଇନାହିଁ। ୩ୟ ଦିନ ଶେଷଆଡ଼କୁ ୭ ୱିକେଟରେ ୩୫୨ ରନ୍‍କରି ଭାରତ ୨ୟ ଇନିଂସ ସମାପ୍ତି ଘୋଷଣା କରିଛି। ଫଳରେ ଘରୋଇ ଇଂଲଣ୍ଡକୁ ୨ୟ ଇନିଂସରେ କଷ୍ଟସାଧ୍ୟ ୫୨୧ ରନ୍‍ର ବିଜୟଲକ୍ଷ୍ୟ ମିଳିଛି।
ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ଲଢ଼ୁଆ ବ୍ୟାଟିଂକରି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ବିରାଟ କୋହଲି ଜୀବନର ୨୩ତମ ଟେଷ୍ଟ ଶତକ ମାରିଥିବା ବେଳେ ପୂଜାରା ଅର୍ଦ୍ଧଶତକ ମାରିଛନ୍ତି। ୫୨୧ ରନ୍‍ର ପିଛାକରି ଇଂଲଣ୍ଡ ୩ୟ ଦିନର ଶେଷସୁଦ୍ଧା ୨ୟ ଇନିଂସରେ କୌଣସି ୱିକେଟ ନ ହରାଇ ୨୩ ରନ୍‍ କରିଛି। ଆଲଷ୍ଟାୟାର କୁକ୍‍ ୯ ଓ କିଟନ୍‍ ଜେନିଙ୍ଗ୍‍ସ ୧୩ ରନ୍‍କରି କ୍ରିଜ୍‍ରେ ଅଛନ୍ତି। ଭାରତ ନିକଟରେ ସିରିଜ୍‍କୁ ଫେରିବାର ଚମତ୍କାର ସୁଯୋଗ ରହିଛି।
ପ୍ରଥମ ଇନିଂସରେ ୧୬୮ ରନ୍‍ ଆଗରେ ଥିବା ଭାରତ ୨ୟ ଦିନ ଶେଷରେ ୨ୟ ଇନିଂସରେ ୨ ୱିକେଟ ହରାଇ ୧୨୪ ରନ୍‍ କରିଥିଲା। ୩ୟ ଦିନରେ ୩ୟ ୱିକେଟ ପାଇଁ ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ୧୧୩ ରନ୍‍ ଯୋଗ କରିଥିଲେ। ପୂଜାରା ୯ଟି ଚୌକା ସହ ୭୨ ରନ୍‍କରି ୩ୟ ଦିନରେ ପ୍ରଥମ ବ୍ୟାଟ୍‍ସମ୍ୟାନ ଭାବେ ଆଉଟ ହୋଇ ଯାଇଥିଲେ। ପରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ସ୍କୋର୍‍କୁ ଆଗେଇ ନେଇଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୫୭ ରନ୍‍ ଯୋଡ଼ିଥିଲେ। ଏହି ଇନିଂସରେ କୋହଲି ଚଳିତ ସିରିଜ୍‍ରେ ୨ୟ ଏବଂ ଜୀବନର ୨୩ତମ ଟେଷ୍ଟ ଶତକ ହାସଲ କରିଥିଲେ। କୋହଲି ୧୦ଟି ଚୌକା ସହ ୧୦୩ ରନ୍‍କରି ଆଉଟ ହୋଇଥିଲେ। ପରେ ଋଷଭ ପନ୍ତ୍‍ ୧ ରନ୍‍କରି ବିଦାୟ ନେଇଥିଲେ। ଏହାପରେ ଅଜିଙ୍କ୍ୟ ରାହାଣେ ଓ ହାର୍ଦିକ ପାଣ୍ଡ୍ୟା ୬ଷ୍ଠ ୱିକେଟ ପାଇଁ ୪୭ ରନ୍‍ ଯୋଡ଼ିଥିଲେ। ରାହାଣେ ୩ଟି ଚୌକା ସହ ୨୯ ରନ୍‍ କରିଥିଲେ। ପରେ ମହମ୍ମଦ ସାମି ୩ ରନ୍‍କରି ବିଦାୟ ନେଇଥିଲେ। ଇନିଂସ ସମାପ୍ତି ଘୋଷଣା ବେଳକୁ ହାର୍ଦିକ ପାଣ୍ଡ୍ୟା ୫୨ ବଲ୍‍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୨ ରନ୍‍କରି ଅପରାଜିତ ରହିଛନ୍ତି। ଆଦିଲ ରସିଦ୍‍ ୩ଟି ଓ ବେନ୍‍ ଷ୍ଟୋକ୍‍ସ ୨ଟି ୱିକେଟ ନେଇଛନ୍ତି।

ସ୍କୋରବୋର୍ଡ

- Advertisement -

ଭାରତ (୧ମ ଇନିଂସ) ୩୨୯
ଇଂଲଣ୍ଡ (୧ମ ଇନିଂସ) ୧୬୧
ଭାରତ (୨ୟ ଇନିଂସ) ୭/୩୫୨
(ଇନିଂସ ସମାପ୍ତି ଘୋଷଣା)
ଧାୱନ ଷ୍ଟ ବେୟାରଷ୍ଟୋ ବୋ ରସିଦ୍ ୪୪
ରାହୁଲ    ବୋ ଷ୍ଟୋକ୍‌ସ ୩୬
ପୂଜାରା କ୍ୟା କୁକ୍ ବୋ ଷ୍ଟୋକ୍‌ସ ୭୨
କୋହଲି   ଏଲ୍‌ବି ୱକ୍‌ସ ୧୦୩
ରାହାଣେ   ବୋ ରସିଦ୍ ୨୯
ପନ୍ତ୍ କ୍ୟା କୁକ୍ ବୋ ଆଣ୍ଡରସନ୍ ୧
ପାଣ୍ଡ୍ୟା     ଅପରାଜିତ ୫୨
ସାମି କ୍ୟା କୁକ୍ ବୋ ରସିଦ୍ ୩
ଅଶ୍ବିନ      ଅପରା ଜିତ ୧
ଅତିରିକ୍ତ ୧୧
ୱିକେଟ ପତନ: ୧ମ-୬୦, ୨ୟ-୧୧୧, ୩ୟ-୨୨୪, ୪ର୍ଥ-୨୮୧, ୫ମ-୨୮୨, ୬ଷ୍ଠ-୩୨୯, ୭ମ-୩୪୯।
ବୋଲିଂ: ଆଣ୍ଡରସନ୍ ୨୨-୭-୫୫-୧, ବ୍ରଡ୍ ୧୬-୩-୬୦-୦, ୱକ୍‌ସ ୨୨-୪-୪୯-୧, ଷ୍ଟୋକ୍‌ସ ୨୦-୩-୬୮-୨, ରସିଦ୍ ୨୭-୨-୧୦୧-୩, ରୁଟ୍ ୩-୦-୯-୦।
ଇଂଲଣ୍ଡ (୨ୟ ଇନିଂସ) ୦/୨୩
କୁକ୍    ଅପରାଜିତ ୯
ଜେନିଙ୍ଗ୍‌ସ   ଅପରାଜିତ ୧୩
ଅତିରିକ୍ତ ୧
ବୋଲିଂ: ବୁମ୍‌ରା ୩-୧-୧୬-୦, ଈଶାନ୍ତ ୪-୧-୫-୦, ଅଶ୍ବିନ ୨-୧-୨-୦।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories