www.samajalive.in
Monday, December 8, 2025
24.1 C
Bhubaneswar

ବେପରୁଆ ଠିକାଦାରୀ ; ଘରେ ପଶୁଛି ରାସ୍ତାଧୂଳି

ଗଡମଧୁପୁର : ଚାରିଟିକିଆ ୫୩ ନଂ ରାସ୍ତାକାମ ଚାଲୁଥିବା ସମୟରେ ଠିକାଦାରର ବେପରୁଆ କାର୍ଯ୍ୟ ପାଇଁ ଲୋକଙ୍କ ଘରେ ଧୂଳି ପଶୁଥିବାର ଅଭିଯୋଗ ହୋଇଛି। ଏହି ରାସ୍ତା କାମ ଏବେ ଚଣ୍ଡିଖୋଲଠାରୁ ଡୁନୁରୀ ପର୍ଯ୍ୟନ୍ତ ଚାଲୁଛି। ବିକ୍ଷିପ୍ତ ଭାବରେ ଠାଏ ଠାଏ କାମ କରାଯାଉଥିବାରୁ ରାସ୍ତାର ଅନେକ ସ୍ଥାନରେ କାମ ଅଧାପନ୍ତରିଆ ହୋଇ ପଡିରହୁଛି। ଏବେ ପାଖର ଠାରୁ ଓସରା ପର୍ଯ୍ୟନ୍ତ କାମ କରାଯିବାକୁ ଖୋଳାତଡା ହୋଇ ପଡିରହିଛି। ମୁଖ୍ୟ ପିଚୁ ରାସ୍ତାକୁ ଏବେ ଗାଡି ଚଳାରୁ ମୁକ୍ତ ରଖାଯାଇ ମାଟିପଡିଥିବା ରାସ୍ତାରେ ସମସ୍ତ ଗାଡି ପାର କରାଯାଉଥିବାରୁ ମାଟି ଧୂଳି ଉଡି ଲୋକଙ୍କ ଘରେ ପଶୁଛି। ମାଣ୍ଡଆ ଗ୍ରାମର ନକୂଳ ଚନ୍ଦ୍ର ନାୟକ ଏଭଳି ସମସ୍ୟାରେ ଛଟପଟ ହୋଇ ଠିକାଦାରକୁ ଏ ବିଷୟରେ ଜଣାଇ ପାଣି ପକାଇବାକୁ ନିବେଦନ କରିଥିଲେ ମଧ୍ୟ ଗୋଟିଏ ଦିନ ପାଣି ପକାଇ ବନ୍ଦ କରିଦେଇଥିବା ଅଭିଯୋଗ କରିଛନ୍ତି। ରାସ୍ତା ପାଶ୍ୱର୍ରେ ଘର ହୋଇଥିବାରୁ ପ୍ରଚୁର ମାତ୍ରାରେ ଧୂଳି ତାଙ୍କ ଘର ସହିତ ସେହି ଆଖପାଖରେ ଥିବା ଲୋକଙ୍କ ଘରେ ଧୂଳି ପଶୁଛି। ଠିକାଦାର ସେଠାରୁ ଶୀଘ୍ର କାର୍ଯ୍ୟ ସାରିବାକୁ ତତପରତା ଦେଖାଉନଥିବା ବେଳେ କୌଣସି ପ୍ରତିକାର ବ୍ୟବସ୍ତା କରୁନଥିବାରୁ ଲୋକେ ଏବେ ଆଇନର ଆଶ୍ରୟ  ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories