www.samajalive.in
Sunday, December 7, 2025
26.1 C
Bhubaneswar

ହୁ ବୈଜ୍ଞାନିକଙ୍କ ଚେତାବନୀ; ଭାରତରେ ଆସିବ କରୋନାର ଏକାଧିକ ତରଙ୍ଗ

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ମହାମାରୀର ୨ୟ ତରଙ୍ଗ ଜାରି ରହିଛି। ଆଗକୁ ୩ୟ ତରଙ୍ଗ ଆସିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ତେବେ କେବଳ ୩ୟ ତରଙ୍ଗ ନୁହେଁ, ଆଗାମୀ ଦିନରେ ଆହୁରି ଏକାଧିକ ତରଙ୍ଗ ଆସିପାରେ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ ବା ହୁ)ର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି।

ଭାରତରେ ଏବେ ଦୈନିକ ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ ୪ ହଜାରରୁ ଊର୍ଦ୍ଧ୍ଵ ପ୍ରାଣ ହରାଉଛନ୍ତି। ଏପରି ସ୍ଥଳେ ଡବ୍ଲ୍ୟୁଏଚଓର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ କରୋନା ଆଗାମୀ ତରଙ୍ଗକୁ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ସମୟରେ କରୋନାର ଆହୁରି କେତେକ ତରଙ୍ଗ ଭାରତର ସମସ୍ୟା ବଢ଼ାଇପାରେ। କରୋନା ବିରୋଧୀ ଲଢ଼େଇରେ ଆସନ୍ତା ୬ରୁ ୧୮ ମାସ ଭାରତର ବହୁ ଗୁରୁତ୍ଵପୂର୍ଣ୍ଣ।

- Advertisement -

ଦ ହିନ୍ଦୁକୁ ଦେଇଥିବା ଏକ ସାକ୍ଷାତକାରରେ ଡା. ସ୍ବାମୀନାଥନ କହିଛନ୍ତି, ମହାମାରୀ ବିରୋଧରେ ଏହି ଯୁଦ୍ଧରେ ଭୂତାଣୁର ନୂଆ ପ୍ରକାର ବିରୋଧରେ ଟିକାର କ୍ଷମତା ଏବଂ ଟିକାରୁ ସୃଷ୍ଟି​‌ ହେଉଥିବା ରୋଗପ୍ରତିରୋଧକ ଶକ୍ତି କେତେ ସମୟ ପର୍ଯ୍ୟନ୍ତ ଲୋକଙ୍କୁ ରକ୍ଷା କରୁଛି ତାହା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ବିଷୟ। ଆମେ ଜାଣିଛୁ, ମହାମାରୀର ଏହି ଘାତକ ପର୍ଯ୍ୟାୟର ନିଶ୍ଚିତ ଭାବେ ଅନ୍ତ ହେବ। ୨୦୨୧ ଶେଷ ସୁଦ୍ଧା ଆମେ ଏହା ଦେଖିବା, ଯେତେବେଳେ ବିଶ୍ଵର ୩୦ ପ୍ରତିଶତ ଜନସଂଖ୍ୟାକୁ ଟିକାକରଣ କରାଯାଇସାରିଥିବ। ସେତେବେଳକୁ ଆମେ ମୃତ୍ୟୁହାରରେ ହ୍ରାସ ଦେଖିପାରିବା। ଏହା ପରେ ୨୦୨୨ରେ ଟିକାକରଣ ତ୍ଵାରାନ୍ବିତ ହୋଇପାରିବ।

ଚିକିତ୍ସାର ପ୍ରୋଟୋକଲ ଉପରେ ମନ୍ତବ୍ୟ ଦେଇ ଡା. ସ୍ବାମୀନାଥନ କହିଛନ୍ତି, ଲୋକମାନଙ୍କ ପାଇଁ ଏହା ବୁଝିବା ଜରୁରୀ ଯେ, ଏକ ଭୁଲ ଔଷଧକୁ ଭୁଲ ସମୟରେ ବ୍ୟବହାର କରିବା ଦ୍ବାରା ତାଙ୍କୁ ଲାଭ ତୁଳନାରେ ଅଧିକ କ୍ଷତି ସହିବାକୁ ପଡ଼ିପାରେ। ଏବେ ସାଧାରଣ ଭାବେ ବ୍ୟବହାର ହେଉଥିବା ଔଷଧଗୁଡ଼ିକର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଯେକୌଣସି ଦେଶ ରୋଗର ମୁକାବିଲା ପାଇଁ ଡବ୍ଲ୍ୟୁଏଚଓର ଚିକିତ୍ସା ପ୍ରୋଟୋକଲର ସହାୟତା ନେଇପାରନ୍ତି।

ସେ ଆହୁରି କହିଛନ୍ତି, ବି୧୬୧୭ ଭାରିଆଣ୍ଟ କରୋନାର ସବୁଠୁ ସଂକ୍ରାମକ ଷ୍ଟ୍ରେନ୍‌। ଭାରଆଣ୍ଟଗୁଡ଼ିକ ମୂଳ ଭୂତାଣରୁ ମ୍ୟୁଟେଟ୍‌ ଅଥବା ବିକଶିତ ରୂପ। ସେଥିଲାଗି ଏହାର ଭାଇରାଲ ଜିନୋମ ପରିବର୍ତ୍ତିତ ହୋଇଥାଏ। ଏହା ସାଧାରଣ କଥା। ଆରଏନଏ ଭୂତାଣୁ ଯେପରି ବହୁଗୁଣିତ ହୋଇଥାଏ, ଭୂତାଣୁ ନିଜର ନକଲ କରିବାରେ ସହାୟକ ହୋଇଥାଏ। ଏହା ଭୂତାଣୁରେ ସାମାନ୍ୟ ପରିବର୍ତ୍ତନ ଆଣିଥାଏ। ସୂଚନାଯୋଗ୍ୟ, ଡବ୍ଲ୍ୟୁଏଚଓ ବର୍ତ୍ତମାନ ସୁଦ୍ଧା ଭାରିଆଣ୍ଟ ଅଫ କନ୍‌ସର୍ନ ବା ଚିନ୍ତାଜନକ ଷ୍ଟ୍ରେନ୍‌ ତାଲିକାରେ ୪ଟି ଭାରିଆଣ୍ଟକୁ ସାମିଲ କରିଛି। ସେଥିରେ ବି୧୬୧୭ ନୂତନ ଭାରିଆଣ୍ଟ, ଯାହା ସର୍ବପ୍ରଥମେ ଭାରତରେ ମିଳିଥିଲା। ପରବର୍ତ୍ତୀ ସମୟରେ ବିଶ୍ଵର ପ୍ରାୟ ୫୦ ଦେଶରେ ପହଞ୍ଚି ସାରିଛି। ଏହି ଭାରିଆଣ୍ଟ ମୂଳ ଭୂତାଣୁ ତୁଳନାରେ ଦେଢ଼ରୁ ଦୁଇଗୁଣ ଅଧିକ ସଂକ୍ରାମକ ହୋଇପାରେ। ଏହା ବ୍ରିଟେନରେ ଠାବ ହୋଇଥିବା ବି୧୧୭ ଭାରିଆଣ୍ଟଠାରୁ ବି ଅଧିକ ବିପଜ୍ଜନକ ହୋଇପାରେ, ଯାହାଦ୍ବାରା ଭାରତ ଚିନ୍ତା ବୃଦ୍ଧି ପାଇଛି ବୋଲି ଡା. ସ୍ବାମୀନାଥନ କହିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories