www.samajalive.in
Sunday, December 7, 2025
26.1 C
Bhubaneswar

ଇସ୍ରାଏଲ-ଗାଜା ପରିସ୍ଥିତିକୁ ନେଇ ଇସଲାମୀୟ ରାଷ୍ଟ୍ରସମୂହର ଜରୁରୀ ବୈଠକ

ଓମାନ: ଇସ୍ରାଏଲ ଏବଂ ଗାଜାରେ ଥିବା ହାମାସ ଶାସକଙ୍କ ମଧ୍ୟରେ ଜୋରଦାର ଆକ୍ରମଣ- ପ୍ରତିଆକ୍ରମଣକୁ ନେଇ ରବିବାର ଦିନ ୫୭ ସଦସ୍ୟ ବିଶିଷ୍ଟ ଇସଲାମୀୟ ରାଷ୍ଟ୍ର ସହଯୋଗ ସଂଗଠନ (ଓଆଇସି)ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବିବାଦର ସମାଧାନ ପାଇଁ ପ୍ରଚେଷ୍ଟା କରୁଥିବା ଇସଲାମୀୟ ରାଷ୍ଟ୍ରମାନଙ୍କର ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ବୋଲି ଜଣାଯାଇଛି। ପାଲେଷ୍ଟିନୀୟମାନେ ସେମାନଙ୍କର ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ଉପଭୋଗ କରିବା ଆବଶ୍ୟକ ବୋଲି ଆରବ ଲିଗ୍‍ ଏବଂ ସାଉଦି ଆରବସ୍ଥିତ ଓଆଇସି ସେମାନଙ୍କ ମତରେ ଅପରିବର୍ତ୍ତିତ ରହିଥିବାବେଳେ ଇସ୍ରାଏଲ ଏହାକୁ ସ୍ୱୀକୃତି ପ୍ରଦାନ ନେଇ ନିକଟରେ ଓଆଇସିର ଅନେକ ସଦସ୍ୟ ରାଷ୍ଟ୍ରଙ୍କ ସହିତ ଏକ ରାଜିନାମାରେ ଉପନୀତ ହୋଇଛି। ଉକ୍ତ ରାଜିନାମା ସହିତ ହାମାସକୁ ନେଇ କେତେକ ରାଷ୍ଟ୍ର ଚିନ୍ତାପ୍ରକଟ କରୁଥିବାରୁ ଦୁଇପକ୍ଷ ମଧ୍ୟରେ ଚାଲିଥିବା ଲଢେଇକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଛି। ଇସ୍ରାଏଲ ଅଧିକୃତ ୱେଷ୍ଟବ୍ୟାଙ୍କର ସ୍ୱୟଂଶାସିତ ଖଣ୍ଡରେ ଶାସନ କରୁଥିବା ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରୀ ରିଆଦ୍‍ ମାଲ୍କି ଇସ୍ରାଏଲର ଏଭଳି ଆକ୍ରମଣ କାପୁରୁଷ ଆଚରଣ ହୋଇଛି ବୋଲି ବୈଠକ ଆରମ୍ଭରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଶେଷପର୍ଯ୍ୟନ୍ତ ସେମାନେ ଏହାର ପ୍ରତିରୋଧ କରିବେ ବୋଲି ଆଲ୍ଲାଙ୍କୁ ଜଣାଇଛନ୍ତି। ସେମାନେ ଦୀର୍ଘକାଳ ଧରି ଅନଧିକୃତ ଦଖଲର ସମ୍ମୁଖୀନ ହେଉଛନ୍ତି, ଯାହା ସମସ୍ୟାର ମୂଳ କାରଣ ହୋଇଛି। ପାଲେଷ୍ଟିନୀୟଙ୍କ ବିରୁଦ୍ଧରେ ଇସ୍ରାଏଲ ଅପରାଧ କରୁଛି ଏବଂ ତାହାର ପରିଣତି ସେମାନଙ୍କୁ ଭୋଗିବାକୁ ପଡିବ। ତେବେ ସବୁଠାରୁ ବଡକଥା ହେଉଛି ଗାଜାକୁ ନିଜ ଦଖଲରେ ରଖିଥିବା ହାମାସ ଗୋଷ୍ଠୀ ଏବଂ ଗାଜା ଅଞ୍ଚଳ ଉପରେ ପାଲେଷ୍ଟାଇନ ସରକାରଙ୍କର କିଛି ନିୟନ୍ତ୍ରଣ ନାହିଁ। ୨୦୦୭ରେ ହାମାସ ଆତଙ୍କିମାନେ ସେଠାରେ କ୍ଷମତା ଦଖଲ କରି ଗାଜା ଅଞ୍ଚଳକୁ ନିଜ କବଜାରେ ରଖିଛନ୍ତି। ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭଲତ କାଭୁସୋଗଲୁ ମଧ୍ୟ ଅନୁରୂପ ଚିନ୍ତା ପ୍ରକଟକରି କହିଥିଲେ ଯେ, ପୂର୍ବ ଜେରୁଲେଜମ, ୱେଷ୍ଟବ୍ୟାଙ୍କ ଏବଂ ଗାଜା ଅଞ୍ଚଳରେ ଉତ୍ତେଜନା ପାଇଁ ଇସ୍ରାଏଲ ଦାୟୀ। ସୂଚନାଯୋଗ୍ୟ ଇରାନ, ତୁର୍କୀ ଓ କାତାର କର୍ତ୍ତୃପକ୍ଷ ହାମାସ ଗୋଷ୍ଠୀକୁ ସମର୍ଥନ କରୁଛନ୍ତି। ଏହି ସମସ୍ତ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଗଣ ହାମାସ ଓ ପାଲେଷ୍ଟାଇନ ପ୍ରତି ସେମାନଙ୍କର ସମର୍ଥନ ଜଣାଇଥିଲେ। ଟ୍ରମ୍ପ ପ୍ରଶାସନ କାର୍ଯ୍ୟକାଳ ମଧ୍ୟରେ ଗତବର୍ଷ ଇସ୍ରାଏଲ ସହିତ ସ୍ୱୀକୃତି ପ୍ରଦାନ ନେଇ ଏକ ରାଜିନାମାରେ ପହଞ୍ଚିଥିବା ଦୁଇ ଉପସାଗରୀୟ ଆରବ ରାଷ୍ଟ୍ର ବାହାରିନ ଏବଂ ସଂଯୁକ୍ତ ଆରବ ଏମିରେଟସ ମଧ୍ୟ ପାଲେଷ୍ଟାଇନ ପ୍ରତି ସେମାନଙ୍କର ସମର୍ଥନ ଜଣାଇଛନ୍ତି। ଏହିସବୁ ରାଷ୍ଟ୍ରନେତାମାନେ କହିଥିଲେ ଯେ ପୂର୍ବ ଜେରୁଜେଲମକୁ ରାଜଧାନୀ ଭାବେ ରଖି ଏକ ସ୍ୱାଧୀନ ପାଲେଷ୍ଟାଇନ ରାଷ୍ଟ୍ର ଗଠନକୁ ସେମାନେ ଦୃଢ ସମର୍ଥନ କରୁଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories