www.samajalive.in
Saturday, December 6, 2025
26.1 C
Bhubaneswar

ଚୀନରୁ ଆସିଲା ୩୬୦୦ ଅମ୍ଳଜାନ ସାନ୍ଦ୍ରକ

ନୂଆଦିଲ୍ଲୀ:  ଚୀନରୁ ୩୬୦୦ ଅମ୍ଳଜାନ ସାନ୍ଦ୍ରକ ନେଇ ଏକ ପଣ୍ୟବାହୀ ବିମାନ ରବିବାର ଅପରାହ୍ନରେ ଏଠାରେ ପହଞ୍ଚିଛି। ଏହା ଏକକ ସର୍ବବୃହତ ପଣ୍ୟସାମଗ୍ରୀ ପହଞ୍ଚାଣ ବୋଲି କୁହାଯାଉଛି। ଭାରତରେ କୋଭିଡ-୧୯ ଜନିତ ପରିସ୍ଥିତିର ମୁକାବିଲା କରିବାକୁ ଏକକାଳୀନ ୩୬୦୦ ଅମ୍ଳଜାନ ସାନ୍ଦ୍ରକ ସ୍ଥାନୀୟ ବିମାନବନ୍ଦରରେ ପହଞ୍ଚି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହାର ମୋଟ ଓଜନ ୧୦୦ ଟନ୍‍ ହେବ। ଚୀନର ବୋଇଂ ୭୪୭-୪୦୦ ବିମାନ ହାଙ୍ଗଝୁ ବିମାନବନ୍ଦରରୁ ବାହାରି ନୂଆଦିଲ୍ଲୀରେ ରବିବାର ଅପରାହ୍ନ ୩.୧୮ରେ ପହଞ୍ଚିଥିବା ବୋଲୋର ଲଜିଷ୍ଟିକ୍ସ ଇଣ୍ଡିଆର ରାଷ୍ଟୀୟ ବିକ୍ରୟ ମୁଖ୍ୟ ଜଶପ୍ରିତ ସିଂହ କହିଛନ୍ତି। ଏକ ବହୁରାଷ୍ଟ୍ରୀୟ ପରିବହନ ଓ ଲଜିଷ୍ଟିକ୍ସ କମ୍ପାନୀ ବୋଲୋର ଲଜିଷ୍ଟିକ୍ସ ଇଣ୍ଡିଆ ଏହି ଆମଦାନୀ କାର୍ଯ୍ୟକାରୀ କରିଥିବା ଜଣାଯାଇଛି। ଏହି ଅମ୍ଳଜାନ ସାନ୍ଦ୍ରକଗୁହିକ ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର ବିଭିନ୍ନ ସହରରେ ଦେଖାଦେଇଥିବା ଅମ୍ଳଜାନ ଅଭାବ ଜନିତ ପରିସ୍ଥିତି ସୁଧାରିବା ଦିଗରେ ସହାୟକ ହେବ ବୋଲି କୁହାଯାଇଛି। ଆଗାମୀ ଦିନରେ ଏହିଭଳି ଆଉ ବହୁ ସ୍ୱାସ୍ଥ୍ୟସେବା ସାମଗ୍ରୀ ଆସିବାକୁ ରହିଥିବା ଶ୍ରୀ ସିଂହ କହିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories