www.samajalive.in
Sunday, December 14, 2025
23.1 C
Bhubaneswar

୨ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ନକଲି ମଦ ଜବତ, ୨ ଗିରଫ

ପାଟଣାଗଡ: ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଲାଠୋର ହାଟପଦା ପଡ଼ାଠାରେ ବିଦେଶୀ ମଦ ତିଆରି କାରବାରକୁ ଅବକାରୀ ବିଭାଗ ଠାବ କରିଛି। ୨ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ନକଲି ବିଦେଶୀ ମଦ ଜବତ କରିଥିବା ଜଣାଯାଇଛି। ଏ ମାମଲାରେ ଲାଠୋରର ପିତାମ୍ବର ମେହେର ଓ ଗୋପାଳ ମେହେରଙ୍କୁ ବିଭାଗ ଗିରଫ କରିଥିବା ବେଳେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଗୌରୀଶଙ୍କର ଥନାପତି ଓରଫ୍‍ ସଞ୍ଜୁଲ ଫେରାର ମାରିଥିବା ଜଣାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ଲାଠୋର ହାଟପଦା ପଡ଼ାଠାରେ ନକଲି ବିଦେଶୀ ମଦ ତିଆରି କାରବାର ଚାଲିଥିବା ଖବର ପାଇ ଅବକାରୀ ଇନ୍ସପେକ୍ଟର ଉଦେଲାଲ ନାଏକଙ୍କ ନେତୃତ୍ୱରେ ଏକ ୨୦ ଜଣ ଜଣିଆ ଅବକାରୀ ଦଳ ଆଜି ଦିନ ପ୍ରାୟ ୧୨ଟା ସମୟରେ ଚଢଉ ଆରମ୍ଭ କରିଥିଲେ। ଦୀର୍ଘ ୪ ଘଣ୍ଟା ଧରି ଛାନଭିନ କରିବା ପରେ ପିତାମ୍ବର ମେହେର ଏବଂ ଗୋପାଳ ମେହେରଙ୍କ ନିକଟରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବାରେ ଅବକାରୀ ବିଭାଗ ସଫଳ ହୋଇଛି। ବହୁ ନାମୀ ଦାମୀ କମ୍ପାନୀର ବିପୁଳ ପରିମାଣର ନକଲି ମଦ (ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ବିଭାଗ ଆକଳନ କରିଛି) ସହ ୨ଟି ଫ୍ରିଜ ଏବଂ ଅନ୍ୟାନ୍ୟ ଆସବାବ ପତ୍ର ଜବତ କରାଯାଇଥିବା ଜଣାଯାଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ମାରିଛି। ତେବେ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ଶ୍ରୀ ନାଏକ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ପଣ୍ଡା, ପଦ୍ମଲୋଚନ ନାୟକ, ଅରୁଣ ଯୋଷୀ, ବିଶ୍ୱନାଥ ପରିଡ଼ା ଏବଂ ବଲାଙ୍ଗିର ଓ ପାଟଣାଗଡର ଅବକାରୀ ବିଭାଗ କର୍ମଚାରୀମାନେ ସାମିଲଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories