www.samajalive.in
Saturday, December 13, 2025
26.1 C
Bhubaneswar

ଟିକାକରଣ ପରେ ସୁରକ୍ଷିତ ହାର ୯୭.୩୮%, କେବଳ ୦.୦୬% ଡାକ୍ତରଖାନାରେ ଭର୍ତ୍ତି ହେବାର ରହିଛି ସମ୍ଭାବନା: ଅଧ୍ୟୟନ

କୋଭିଡ ଟିକାକରଣ ପରେ କେବଳ ୦.୦୬% ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ଭାବନା ରହିଛି। ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୭.୩୮% ଏହି ଭୂତାଣୁରୁ ରକ୍ଷା ପାଇପାରିବେ। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି।

ସୂଚନା ଅନୁସାରେ, ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀମାନଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା, ଯେଉଁମାନଙ୍କଠାରେ କୋଭିଡ-୧୯ ଲକ୍ଷଣ ଦେଖିବାକୁ ମିଳିଥିଲା। ପ୍ରଥମ ପର୍ଯ୍ୟାୟ ଟିକାକରଣ ସମୟରେ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋଭିଶିଲ୍ଡ ଟିକା ଦିଆଯାଇଥିଲା। ଏହାର ଫଳାଫଳକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହାକୁ ଚିକିତ୍ସା ସମ୍ବନ୍ଧୀୟ ପତ୍ରିକାରେ ପ୍ରକାଶ କରିବା ଲାଗି ବିଚାର କରାଯାଉଛି।

- Advertisement -

ଆପୋଲୋ ହସ୍ପିଟାଲ ଗ୍ରୁପ ନିର୍ଦେଶକ ଡା. ଅନୁପମ ସିବଲ କହିଛନ୍ତି, କରୋନାର ୨ୟ ତରଙ୍ଗ ସମୟରେ ବହୁ ସଂଖ୍ୟକ ଲୋକ ସଂକ୍ରମିତ ହେଉଛନ୍ତି। ଟିକାକରଣ ଅଭିଯାନ ଜାରି ରହିଥିଲେ ହେଁ ସଂକ୍ରମଣ ହ୍ରାସ ପାଉନାହିଁ। ଟିକାକରଣ ପରେ ବି ଲୋକ ସଂକ୍ରମିତ ହେଉଛନ୍ତି। ଯାହାକୁ ବ୍ରେକ୍‌ ଥ୍ରୁ ସଂକ୍ରମଣ କୁହାଯାଏ। ଏହି ସଂକ୍ରମଣ କିଛି ଲୋକଙ୍କଠାରେ ଅଧା ଟିକାକରଣ କିମ୍ବା ପୂର୍ଣ୍ଣ ଟିକାକରଣ ପରେ ହୋଇଥାଏ।

ଡା. ସିବଲ ଆହୁରି କହିଛନ୍ତି, ଅଧ୍ୟୟନରୁ ଜଣାଯାଇଛି ଯେ, ଟିକାକରଣ ୧୦୦ ପ୍ରତିଶତ ରୋଗପ୍ରତିରୋଧକ ଶକ୍ତି ଯୋଗାଇ ନ ଥାଏ। ସମ୍ପୂର୍ଣ୍ଣ ଟିକାକରଣ ପରେ ଏହା ସଂକ୍ରମଣ ଜନିତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାଠାରୁ ରକ୍ଷା କରିଥାଏ। ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ ଟିକାକରଣ ପରେ ୯୭.୩୮% ଲୋକ ସଂକ୍ରମଣରୁ ରକ୍ଷା ପାଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ହାର କେବଳ ୦.୦୬% ଥିଲା। ବ୍ରେକ୍‌ ଥ୍ରୁ ସଂକ୍ରମଣ ହାର ଅତ୍ୟନ୍ତ ନଗଣ୍ୟ ଏବଂ ତାହା ସାଧାରଣ ସଂକ୍ରମଣ ଭଳି। ଏହାଦ୍ବାରା ଗୁରୁତର ସ୍ଥାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉ ନ ଥିବା ଅଧ୍ୟୟନରୁ ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories