www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ଥଳଭାଗ ଛୁଇଁବା ପୂର୍ବରୁ ‘ତୌକ୍‌ତେ’ର ତାଣ୍ଡବ; କର୍ଣ୍ଣାଟକରେ ୪ ମୃତ, ବୈଠକ ଡକାଇଲେ ଶାହ

ବେଙ୍ଗାଲୁରୁ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତୌକ୍‌ତେ’ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏହା କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଉପକୂଳ ଦେଇ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ଗୁଜରାଟର ଭେରାଭଲ ଏବଂ ପୋରବନ୍ଦର ମଧ୍ୟରେ ମାଙ୍ଗରୋଲ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ତାଣ୍ଡବ ଆରମ୍ଭ କରିଦେଇଛି। ଏହା ପ୍ରଭାବରେ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି। କର୍ଣ୍ଣାଟକରେ ପ୍ରବଳ ବର୍ଷାପବନ ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହା ସହିତ ୭୩ଟି ଗାଁ ପ୍ରଭାବିତ ହୋଇଛି।

ବାତ୍ୟା ପ୍ରଭାବରେ ଗୋଆରେ ବି ପ୍ରବଳ ବର୍ଷାପବନ ହୋଇଛି। ରାସ୍ତାଘାଟରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ବାତ୍ୟା ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ, ମହାରାଷ୍ଟ୍ର ଏବଂ ଡାମନ ଓ ଡିଉ ଏବଂ ଦାଦ୍ରାନଗର ହାଭେଳି ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଡକାଇଛନ୍ତି। ବାତ୍ୟାକୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ଶାହ ବୈଠକରେ ଆଲୋଚନା କରିବା ସହିତ ପ୍ରାକ୍‌ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେବେ।

- Advertisement -

ଅନ୍ୟପଟେ ରବିବାର ବାତ୍ୟା ମୁମ୍ବଇ ଦେଇ ଅତିକ୍ରମ କରିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିହନ ମୁମ୍ବଇ ମହାନଗର ନିଗମ ଶତାଧିକ କରୋନା ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟରେ ହାଇଆଲର୍ଟ ଜାରି କରାଯାଇଛି। ମହାରାଷ୍ଟ୍ର, କେରଳ ଏବଂ ଗୁଜରାଟ ଉପକୂଳ ଅଞ୍ଚଳରେ ୩ ଦିନ ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଆଶଙ୍କା କରାଯାଉଛି। ବାତ୍ୟା ସ୍ଥଳଭାଗ ଛୁଇଁଲେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories