www.samajalive.in
Monday, December 8, 2025
24.1 C
Bhubaneswar

ପାରୋଲରେ ଗଲେ ବୌଦ୍ଧ ଜେଲରୁ ୬ ବନ୍ଦୀ

ବୌଦ୍ଧ: ରାଜ୍ୟରେ ହୁହୁ ହୋଇ କରୋନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି କରୋନା ରାଜ୍ୟର ବିଭିନ୍ନ ଜେଲକୁ ମଧ୍ୟ ପ୍ରବେଶ କରିସାରିଛି। ରାଜ୍ୟର ବିଭିନ୍ନ ଜେଲରେ ଥିବା ବନ୍ଦୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେପଟେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଜେଲରେ ଥିବା ବନ୍ଦୀମାନଙ୍କୁ ପାରୋଲରେ ଯିବା ପାଇଁ ଆଦେଶ ଦେଇଛନ୍ତି। ଏହି କ୍ରମରେ ବୌଦ୍ଧ ସ୍ୱତନ୍ତ୍ର ଉପଗାରାଗାରରେ ସଜାକାଟୁ ଥିବା ୬ ଜଣବନ୍ଦୀଙ୍କୁ ପାରୋଲରେ ଛଡା ଯାଇଥିବା ବେଳେ ଆଉ ୫ ଜଣ ବନ୍ଦୀଙ୍କୁ ପାରୋଲରେ ଛଡା ଯିବ ବୋଲି ଜେଲ ସୁପରିଟେଣ୍ଟ ଜନାର୍ଦ୍ଦନ ମଲ୍ଲିକ ପ୍ରକାଶ କରିଛନ୍ତି।

ଜେଲରୁ ଗତ ୧୨ ତାରିଖରେ ଏହି ୬ ବନ୍ଦୀ ପାରୋଲରେ ଯାଇଥିବା ବେଳେ ଆଉ ପାଂଚ ଛଅ ଦିନ ପରେ ଆଉ ୫ ଜଣ ବନ୍ଦୀ ପାରୋଲରେ ଯିବେ। ସମସ୍ତ ବନ୍ଦୀମାନେ ୯୦ ଦିନ ପାଇଁ ପାରୋଲରେ ଯାଇଛନ୍ତି ବୋଲି ଜେଲ ସୁପରିଟେଣ୍ଟ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ବୌଦ୍ଧଜିଲ୍ଲା ସ୍ୱତନ୍ତ୍ର ଉପ କାରାଗାରରେ ବର୍ତ୍ତମାନ ୩୦୧ ଜଣ ବନ୍ଦୀ ରହିଥିବା ବେଳେ ସେଥିମଧ୍ୟରୁ ୬୦ ଜଣ ସଜାକାଟୁ ଥିବା ବନ୍ଦୀ ରହିଛନ୍ତି। ବାକି ସମସ୍ତ ବିଚାରଧିନ ବନ୍ଦୀ ଅଛନ୍ତି। ବର୍ତ୍ତମାନ ଜେଲରେ ଥିବା ୧୩ ଜଣ ବନ୍ଦୀ କରୋନାରେ ଆକ୍ରାନ୍ତ ଅଛନ୍ତି। ଅନ୍ୟ ବନ୍ଦୀମାନଙ୍କୁ ଯେପରି କରୋନା ସଂକ୍ର୍ରମଣ ନ କରେ ସେଥିପାଇଁ ଜେଲ କତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି। ଜେଲ ଆକ୍ରାନ୍ତମାନଙ୍କୁ ସୁରଖିତ ଭାବରେ ରଖାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories