www.samajalive.in
Sunday, December 7, 2025
26.1 C
Bhubaneswar

ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ; ଏପି ଓ ଅଲ୍‍ ଜଜିରା କୋଠା ଧୂଳିସାତ୍‍

ଜେରୁଜେଲମ: ହାମାସ୍‍ ଆତଙ୍କି ଆକ୍ରମଣର କଡା ଜବାବ ଦେବାକୁ ଯାଇ ଗାଜା ଅଞ୍ଚଳରେ ଜୋରଦାର ପ୍ରତିଆକ୍ରମଣ କରିଛି ଇସ୍ରାଏଲୀ ସେନା। ଇସ୍ରାଏଲ ଆକ୍ରମଣେ ଗାଜାରେ ଥିବା ଏକ ବହୁତଳ କୋଠା ଧୂଳିସାତ୍‍ ହୋଇଯାଇଛି। ସେହି ୧୩ ମହଲା ବିଶିଷ୍ଟ କୋଠାରେ ଆମେରିକୟ ଖବର ସରବରାହ ସଂସ୍ଥା ଆସୋସିଏଟେଡ ପ୍ରେସ (ଏପି) ଏବଂ ଅଲ୍‍ ଜଜିରା ଟେଲିଭିଜନ ଆଦି ଗଣମାଧ୍ୟମ ସଂସ୍ଥାଗୁଡିକର କାର୍ଯ୍ୟାଳୟ ଧ୍ୱଂସ ପାଇଯାଇଛି। ଉକ୍ତ କୋଠାରେ ଆଉ କେତେକ ଆନ୍ତର୍ଜାତିକ କାର୍ଯ୍ୟାଳୟ ମଧ୍ୟ ରହିଥିବା ଏଏଫପିର ଜଣେ ସାମ୍ବାଦିକ କହିଛନ୍ତି। ଜାଲା ଟାୱାର ନାମକ ଉକ୍ତ କୋଠା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରାଯିବା ପୂର୍ବରୁ ଇସ୍ରାଏଲ ସେନା ପକ୍ଷରୁ କୋଠାର ମାଲିକଙ୍କୁ ସତର୍କ କରାଇ ଦିଆଯାଇଥିଲା। କୋଠାର ମାଲିକ ଜୱାଦ ମେହଦି କହିଛନ୍ତି, ଇସ୍ରାଏଲର ଜଣେ ଗୁଇନ୍ଦା ଅଧିକାରୀ ତାଙ୍କୁ ଏକ ଘଣ୍ଟା ପୂର୍ବରୁ ସତର୍କ କରାଇଦେଇ ତୁରନ୍ତ ସେଠାରୁ ସମସ୍ତଙ୍କୁ ଖାଲି କରିବାକୁ କହିଥିଲେ। ଅଲ୍‍ ଜଜିରାର ଗାଜାରେ ଥିବା ବ୍ୟୁରୋ ମୁଖ୍ୟ ୱାଏଲ ଅଲ୍‍ ଦାହଦୋ କହିଛନ୍ତି, ଏହା ଅତ୍ୟନ୍ତ ଭୟଙ୍କର ଏବଂ ଦୁଃଖଦ ଘଟଣା। ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଉକ୍ତ କୋଠାରେ ହାମାସ୍‍ ଆତଙ୍କି ଗୋଷ୍ଠୀର ସାମରିକ ଗୁଇନ୍ଦା କାର୍ଯ୍ୟାଳୟ ଥିବାରୁ ଉକ୍ତ କୋଠା ଉପରେ ଆକ୍ରମଣ କରାଯାଇଛି। ଗତ ସୋମବାରଠାରୁ ଗାଜା ଉପରେ ଆରମ୍ଭ ହୋଇଥିବା ଇସ୍ରାଏଲି ଆକ୍ରମଣରେ ୪୦ ଜଣ ଶିଶୁଙ୍କ ସମେତ ଶତାଧିକ ପ୍ରାଣ ହରାଇଥିବାବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories