www.samajalive.in
Monday, December 8, 2025
24.1 C
Bhubaneswar

ବିଧାୟକଙ୍କ ସୁରେଶ କୁମାର ରାଉତରାୟଙ୍କ ଦ୍ୱାରା ଅଖିମୁଠି ଅନୁକୂଳ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ଅଙ୍ଗାରପଡ଼ା ପଞ୍ଚାୟତର ପାଣିଓରା ଗ୍ରାମରେ ଅଖିମୁଠି ଅନୁକୂଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ ଅକ୍ଷୟତୃତୀୟାରେ ଚାଷ କାର୍ଯ୍ୟର ଶୁଭାରମ୍ଭ ହେଉଥିବା ପାଇଁ ଏହି ଦିନଟି ଚାଷୀକୂଳ ପାଇଁ ଏକ ପବିତ୍ର ଦିନ ଭାବେ ଗ୍ରହଣ କରାଯାଏ। ସେଥିପାଇଁ ଚାଷୀପୁଅ କ୍ଷେତକୁ ଯାଇ ପୂଜାର୍ଚ୍ଚନା କରିବା ସହ ଏବର୍ଷ ଚାଷରେ ସଫଳ ହେବାପାଇଁ କାମନା କରିଥାଏ। ଏ ପରମ୍ପରା କାଳ କାଳ ଧରି ଚାଲୁ ରହିଛି। ଚାଷୀଭାଇ ଯିଏ ନିସ୍ୱାର୍ଥପର ସମଦାନ କରି ମଣିଷ ସମାଜକୁ ବଞ୍ଚାଇଥାଏ ଆଜି ସିଏ ନିଜର କର୍ମପ୍ରତି ନିବେଦିତ ହୋଇ ଚାଷ କାର୍ୟ୍ୟ ଆରମ୍ଭ କରେ।

 

- Advertisement -

ବିଶେଷ କରି ଆମ ରାଜ୍ୟର ପୁରପଲ୍ଲୀରେ ଧାନ କ୍ଷେତରେ ଆଜି ଚାଷୀଭାଇ ହଳ ଲଙ୍ଗଳ ଧରି ଜମିରେ ଚାଷ କରିବା ସହ ଭଲ ଫସଲ ପାଇଁ ଏକ ସଂକଳ୍ପ ନେଇଥାଏ। ଶ୍ରୀ ରାଉତରାୟ କହିଲେ ସେ ଜଣେ ଚାଷୀ ପରିବାରର ଲୋକ ଏବଂ ଆଜି ପର୍ଯ୍ୟନ୍ତ ନିଜ ଗାଁରେ ଚାଷ କାର୍ୟ୍ୟ ଜାରି ରଖିଛନ୍ତି। ପାଣିଓରା ଗ୍ରାମର ଅମୀୟ ରଞ୍ଜନ ସ୍ୱାଇଁଙ୍କ ଜମିରେ ଆଜି ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ଧନେଶ୍ୱର ରାଉତରାୟ, ଅମୀୟ ରଞ୍ଜନ ସ୍ୱାଇଁ, କାଳନ୍ଦି ମହାରଣା ଓ ସୁନିଲ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories