www.samajalive.in
Saturday, December 6, 2025
16.1 C
Bhubaneswar

ସାଧୁ ସୁନ୍ଦର ଦାସଙ୍କ ଜୟନ୍ତୀ ଓ ବିଶ୍ୱଶାନ୍ତି ମହାଯଜ୍ଞ

ଚୌଦ୍ୱାର : ଏକୈଶ୍ୱରବାଦର ପ୍ରଚାରକ ମହାନ୍‍ ସନ୍ଥ ମହାତ୍ମା ସାଧୁ ସୁନ୍ଦର ଦାସଙ୍କ ଜୟନ୍ତୀ ଓ ବିଶ୍ୱଶାନ୍ତି ମହାଯଜ୍ଞ କୁଜିବରସ୍ଥିତ ମହାମାôଙ୍କ ସିଦ୍ଧପୀଠରେ ନିରାଡମ୍ବରଭାବେ ପାଳିତ ହୋଇ ଯାଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରାତଃକାଳରୁ ସୂର୍ଯ୍ୟପୂଜା, ଗୋ ପୂଜନ, କଳସ ଯାତ୍ରା, ଯଜ୍ଞବେଦୀ ସ୍ଥାପନ, ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ ଆଦି ବହୁବିଧ କାଯ୍ୟକ୍ରମ ସହିତ ମହାତ୍ମାଙ୍କର ନାନା ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ସାରାଦିନ ବ୍ୟାପି ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞରେ ବୈଦିକ ବ୍ରାହ୍ମଣ ମାନେ ଆହୁତି ପ୍ରଦାନ କରିଥିଲେ। ଅପରାହ୍ଣରେ ଯଜ୍ଞ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ପରେପରେ ମହାତ୍ମା ସାଧୁ ସୁନ୍ଦରଙ୍କ ପ୍ରିୟ ପ୍ରସାଦ ପଖାଳ ଓ ଶାଗଭଜା ମହାତ୍ମାଙ୍କୁ ଅର୍ପଣ କରାଯିବା ସହିତ ଉପସ୍ଥିତ ସେବକ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। କରୋନା କଟକଣା ପାଇଁ ଏହି ମହାନ୍‍ ଆଧ୍ୟାତ୍ମିକ ଉତ୍ସବକୁ ଶ୍ରଦ୍ଧାଳୁ ମାନଙ୍କୁ ବାରଣ କରାଯାଇଥିବାରୁ ଚଳିତ ବର୍ଷ ବିନା ଭକ୍ତରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାଧୁ ସୁନ୍ଦର ଆଳତି ଯୁବକ ସଂଘର ସଦସ୍ୟବୃନ୍ଦ, ମାର୍ଫତଦାର ଶରତ ଚନ୍ଦ୍ର ସାହୁ, ସଦସ୍ୟ ଅନ୍ତର୍ଯ୍ୟାମୀ ଦାସ, ଉମେଶ ଚନ୍ଦ୍ର ସାହାଣୀ, ମହେନ୍ଦ୍ର କୁମାର ବିଶ୍ୱାଳ, ବାସୁଦେବ ସାହୁ, ଆଳୋକ ବାରିକ, ଅର୍ଜୁନ ଚରଣ ଦାସ, ତ୍ରିନାଥ ଭୁୟାଁ,ଅଭିଜିତ୍‍ ନାୟକ, ଜୟଦେବ ମହାରଣା ,ଆଦିକନ୍ଦ ସେଠୀ ପ୍ରମୁଖ କରେନା ନିୟମାବଳୀ ପାଳନ ପୂବକ ସମାଜିକ ଦୂରତା ରକ୍ଷାକରି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଯେ ଚଳିତ ମାସ ୩ ତାରିଖ ଦିନ ସପ୍ତମୀ ତିଥିରେ ମହାତ୍ସାଙ୍କ ଶ୍ରାଦ୍ଧୋତ୍ସବ ଓ ମହାଯଜ୍ଞ କରୋନା କଟକଣା ଭିତରେ କୁଜିବରସ୍ଥିତ ସୁନ୍ଦରାବାବା ସିଦ୍ଧପୀଠରେ ଅନୁଷ୍ଠିତ ହୋଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories