www.samajalive.in
Monday, December 8, 2025
13.1 C
Bhubaneswar

ରୋଗୀଙ୍କ ପାଇଁ ଡିଆରଡିଓର ୨-ଡିଜି ଔଷଧ ପ୍ରସ୍ତୁତ; କାଲି ମିଳିବ ୧୦ ହଜାର ପାନ

କରୋନା ମହାମାରୀର ମୁକାବିଲା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ତିଆରି ହୋଇଥିବା ଔଷଧ ୨-ଡିଜି ରୋଗୀଙ୍କ ପାଇଁ ପ୍ରସ୍ତୁତ ରହିଛି। ଆସନ୍ତା କାଲି ଅର୍ଥାତ ରବିବାରଠାରୁ ଏହା ଉପଲବ୍ଧ ହେବ। ଡିଆରଡିଓ ପକ୍ଷରୁ କାଲି ସରକାରଙ୍କୁ ୧୦ ହଜାର ପାନ୍‌ ଔଷଧ ପ୍ରଦାନ କରାଯିବ। ଫଳରେ କରୋନା ବିରୋଧୀ ଲଢ଼େଇ ଆହୁରି ମଜଭୁତ ହୋଇପାରିବ।

ସେହିପରି ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ଉତ୍ପାଦନ ବୃଦ୍ଧି କରିବା ଲାଗି ଗୁରୁତ୍ଵ ଦିଆଯାଉଛି। ଡିଆରଡିଓର ବୈଜ୍ଞାନିକମାନଙ୍କ ଏକ ଟିମ୍‌ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଔଷଧକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ହାଇଦ୍ରାବାଦ ବ୍ୟତୀତ ଦେଶର ଅନ୍ୟ କେତେକ କେନ୍ଦ୍ରରେ ଏହି ଔଷଧ ବହୁ ସଂଖ୍ୟାରେ ଉତ୍ପାଦନ ଆରମ୍ଭ ହୋଇଛି। ଡିଆରଡିଓର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏହି ଔଷଧ କରୋନା ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିଥାଏ ଏବଂ ଅମ୍ଳଜାନ ଉପରେ ନିର୍ଭରତା କମ୍‌ କରିଥାଏ।

- Advertisement -

ବୈଜ୍ଞାନିକଙ୍କ କହିବା ଅନୁସାରେ, ଯେତେବେଳେ କୌଣସି ଭୂତାଣୁ ଶରୀରରେ ପ୍ରବେଶ କରିଥାଏ, ସେତେବେଳେ ନିଜର ବଂଶ ବିସ୍ତାର କରିଥାଏ। ଏଥିଲାଗି ଭୂତାଣୁ ମଣିଷ ଶରୀରରେ ଥିବା କୋଷିକାଗୁଡ଼ିକଠାରୁ ବହୁ ମାତ୍ରାରେ ପ୍ରୋଟିନ ନେଇଥାଏ। ଡିଆରଡିଓ ଦ୍ବାରା ପ୍ରସ୍ତୁତ ଔଷଧ ଏକ ସୁଡୋ ଗ୍ଲୁକୋଜ, ଯାହା ଭୂତାଣୁର ବଂଶବିସ୍ତାର କ୍ଷମତା ବୃଦ୍ଧିକୁ ରୋକିଥାଏ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories