www.samajalive.in
Sunday, December 7, 2025
26.1 C
Bhubaneswar

କରୋନାକୁ ମାତ ଦେଇ ଆଗଧାଡିର ଯୋଦ୍ଧା ସାଜି ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ପୁଲିସ ଅଧିକାରୀ

ନବରଙ୍ଗପୁର : କରୋନାକୁ ପରାସ୍ତ ପୁଣି ଥରେ ଆଗ ଧାଡିର ଯୋଦ୍ଧା ସାଜି ନବରଙ୍ଗପୁର ଟାଉନ ଥାନା ଅଧିକାରୀ ତାରିକ ଅହମ୍ମଦ ରାଜରାସ୍ତାରେ ପହରା ଦେଉଛନ୍ତି। ଏଇ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଜନ ସାଧାରଣଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଡାକ୍ତର ଏବଂ ପୁଲିସ। ଆଉ ଏମାନଙ୍କୁ ମଧ୍ୟ ଆଗ ଧାଡ଼ିର ଯୋଦ୍ଧା ଭାବେ ଘୋଷଣା କରି ରାଜ୍ୟ ସରକାର ମଧ୍ୟ ଯଥେଷ୍ଟ ସମ୍ମାନ ଏବଂ ସୁବିଧା ସୁଯୋଗ ପ୍ରଦାନ କରି ଆସୁଛନ୍ତି।

ଗତକାଲି ଥିଲା ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ ଇଦ। ସରକାରୀ ଛୁଟିରେ ମଧ୍ୟ, ନିଜ ପର୍ବକୁ ମଧ୍ୟ ପାଳନ ନ କରି ଜନ ସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ତାରିକ ଅହମ୍ମଦ ଖାଁ ନିଜ କାର୍ଯ୍ୟକୁ ସୁଚାରୁ ରୁପେ ତୁଲାଇଥିଲେ। ପରିସ୍ଥିତିରେ ସୁଧାର ଆସିବା ପରେ ପ୍ରତି ବର୍ଷ ଇଦ ପାଳନ କରାଯାଇ ପାରିବ କିନ୍ତୁ ଏ ଲକ ଡାଉନ ନିୟମକୁ ଯଦି କଡାକଡି ନ କରାଯିବ ତେବେ ଅକାଳରେ ବହୁ ଲୋକଙ୍କ ଜୀବନ ହାନି ଘଟିବ, ସହରର ସୁରକ୍ଷା ମୋର ପ୍ରଥମ ଦାୟିତ୍ୱ ପରେ ପର୍ବ ପର୍ବାଣୀ ବୋଲି ଶ୍ରୀ ଅହମଦ କହିଛନ୍ତି |
କୋଭିଡରୁ ସୁସ୍ଥ ହେବା ପରେ ନିଜ ପରିବାର ଲୋକେ ଏବଂ ନିଜ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ କିଛି ଦିନ ଘରେ ବିଶ୍ରାମ ନେବାକୁ ଅନୁରୋଧ କରିଥିଲେ କିନ୍ତୁ ସେ ନିଜ ପରିବାରଠାରୁ ବହୁ ଦୂରରେ ଏକା ରହି ସହର ସୁରକ୍ଷାର ଦାୟିତ୍ୱ ନିଜେ ତୁଲାଇଥିଲେ। ସକାଳୁ ବଜାରରେ ଭିଡ଼ ନିୟନ୍ତ୍ରଣଠୁ ଆରମ୍ଭ କରି ସନ୍ଧ୍ୟାରେ ଲକଡାଉନ ନିୟମକୁ କଡାକଡି ହେଉ କି ରାତି ସାରା ପୁଲିସ ପାଟ୍ରୋଲିଂ ହେଉ ଏ ସବୁ ଦାୟିତ୍ୱକୁ ହସ ହସ ମୁହଁରେ ନିଜେ ପରିଚାଳନା କରୁଛନ୍ତି। ଇଦ ପର୍ବରେ ମଧ୍ୟ ତାଙ୍କୁ ନିଜ କର୍ତ୍ତବ୍ୟ କରୁଥିବାର ଦେଖି ସହର ସାରା ପ୍ରଶଂସା କରାଯାଇଛି। ସତରେ ଏମାନେ ହେଉଛନ୍ତି ଆମ ପ୍ରକୃତ କୋଭିଡ ଯୋଦ୍ଧା। ତାଙ୍କ ସେବାକୁ ସଲାମ ଜଣାଉଛି ପୁରା ନବରଙ୍ଗପୁର ସହର ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories