www.samajalive.in
Saturday, December 6, 2025
16.1 C
Bhubaneswar

ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା

ପୁରୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ବିନା ଭକ୍ତରେ ହେବ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା। ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପୂର୍ବରୁ ସବୁ ସେବାୟତଙ୍କୁ ଦିଆଯିବ କରୋନା ପ୍ରତିଷେଧକ ଟିକା। ରଥଯାତ୍ରା ସହ ସଂପୃକ୍ତ ସେବାୟତଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଆବଶ୍ୟକ ପଡିଲେ ସେମାନଙ୍କୁ ଶ୍ରୀମନ୍ଦିର ଭକ୍ତନିବାସରେ ସଙ୍ଗରୋଧରେ ରଖାଯିବ। ୧୮ବର୍ଷ ବୟସରୁ ଊର୍ଦ୍ଧ୍ବ ସବୁ ସେବାୟତଙ୍କୁ କରୋନା ଟିକା ଦିଆଯିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ରଥଯାତ୍ରା ସହ ସଂପୃକ୍ତ ସେବାୟତଙ୍କୁ ୧୬ ତାରିଖଠାରୁ ପ୍ରତିହାରୀ ନିଯୋଗ ବୈଠକ ଘର ଏବଂ ବୈକୁଣ୍ଠଧାମ ଲଜିଂରେ ଟିକା ଦିଆଯିବ। ରଥ ଟାଣିବାକୁ ଆଗ୍ରହୀ ସେବାୟତଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନାରେ ସଂକ୍ରମିତ ହୋଇନଥିବା ସେବାୟତଙ୍କୁ ରଥଯାତ୍ରାରେ ସାମିଲ କରାଯିବ।

ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରାରେ ପାଳିଆ ସେବାୟତଙ୍କ ସମେତ ଅଳ୍ପ ସଂଖ୍ୟକ ଅଧିକାରୀ ଏବଂ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିବେ। କରୋନା କଟକଣା ସହ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା, ବାହୁଡା, ସୁନାବେଶ ଏବଂ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ଦାରୁବ୍ରହ୍ମ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିବା ବେଳେ କୌଣସି ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ। ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ବିନାଭକ୍ତରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ୨ଶହରୁ ଊର୍ଦ୍ଧ୍ବ ମହାରଣା, ଭୋଇ, ଚିତ୍ରକାର, ରୂପକାର, ଦରଜି ଏବଂ ଓଝା ସେବକଙ୍କୁ କରୋନା ଟିକା ଦିଆଯାଇଛି। ରଥଖଳା ଚତୁଃପାର୍ଶ୍ବରେ କନାବାଡ କରାଯିବା ସହ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ମନ୍ଦିର ପ୍ରଶାସନ। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ବିନାଭକ୍ତରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିଲେ। ଚଳିତବର୍ଷ ସେହିପରି ଶ୍ରୀଜୀଉଙ୍କ ରଥଯାତ୍ରା କରାଯିବା ଯଥେଷ୍ଟ ସମ୍ଭାବନା ରହିଛି। ପୁରୀ ରଥଯାତ୍ରା ସହ ବିଶ୍ବର କୋଟି କୋଟି ଲୋକଙ୍କ ଭାବାବେଗ ଜଡ଼ିତ ଥିବାରୁ ଦୂରଦର୍ଶନରେ ତାହାର ସିଧା ପ୍ରସାରଣ କରାଯିବ।

- Advertisement -

ଅକ୍ଷୟ ତୃତୀୟା ତିଥିରେ ଶନିବାର ଶ୍ରୀଜୀଉଙ୍କ ରଥ ନିର୍ମାଣ ଅନୁକୂଳ ଏବଂ ଚନ୍ଦନଯାତ୍ରା ବିନାଭକ୍ତରେ କରାଯିବ। ଏଥିପାଇଁ ପୁରୀ ବଡ଼ଦାଣ୍ଡ ସମେତ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି। ରଥନିର୍ମାଣ ଏବଂ ଚନ୍ଦନଯାତ୍ରା ସହ ସଂପୃକ୍ତ ସେବାୟତଙ୍କୁ ଅନୁମତିପତ୍ର ପ୍ରଦାନ କରାଯାଇଛି। ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ୨୧ଦିନ ଧରି ଜଳକ୍ରୀଡା କରିବେ। ଲୋକଙ୍କ ସମାଗମ ରୋକିବା ପାଇଁ ଅପରାହ୍ଣ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡ ସମେତ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବରେ ଜାରି କରାଯାଇଛି ୧୪୪ଧାରା। ଏହି କଟକଣା ଅକ୍ଷୟ ତୃତୀୟା ସମେତ ଜୁନ୍‌ ୪ତାରିଖ ଭଉଁରିଯାତ୍ରା ଦିନ କଡାକଡି କାର୍ଯ୍ୟକାରୀ କରାଯିବ। ଜିଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories