www.samajalive.in
Monday, December 8, 2025
13.1 C
Bhubaneswar

ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ଆବେଦନ ବୃଦ୍ଧି

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ(ଆରଟିଇ) ଅଧୀନରେ ଆର୍ଥିକ ଦୁର୍ବଳ ତଥା ଗରିବ ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟରେ ନାମଲେଖା ପାଇଁ ସୁଯୋଗ ଦିଆଯିବ। ତେବେ ନାମଲେଖା ପାଇଁ ଚାଲିଥିବା ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଆରଟିଇ ପାରଦର୍ଶୀ ପୋର୍ଟାଲରେ ଯେଉଁ ବିଦ୍ୟାଳୟ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି। ତେବେ ବିଦ୍ୟାଳୟଗୁଡ଼ିକୁ ଶେଷ ସୁଯୋଗ ପ୍ରଦାନ କରାଯାଇଛି। ଏହି ଅବଧିରେ ନାମ ପଞ୍ଜୀକରଣ ନକଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଚଳିତ ମାସ ୩୧ ତାରିଖ ସୁଦ୍ଧା ବିଦ୍ୟାଳୟଗୁଡ଼ିକ www.rteparadarshi.odisha.gov.in ପୋର୍ଟାଲରେ ନାମ ପଞ୍ଜୀକରଣ କରିପାରିବେ। ଧାର୍ଯ୍ୟ ସମୟ ମଧ୍ୟରେ ଯେଉଁ ବିଦ୍ୟାଳୟଗୁଡ଼ିକ ପଞ୍ଜୀକରଣ କରିବେନି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ରଘୁରାମ ଆର ଆୟାର ନିର୍ଦେଶ ଦେଇଛନ୍ତି। ଯେଉଁ ଘରୋଇ ବିଦ୍ୟାଳୟ ମେ’ ୩୧ ଭିତରେ ପଞ୍ଜୀକରଣ ନ କରିବେ ସେମାନଙ୍କ ସିଓଆର (ସାର୍ଟିଫିକେଟ୍‌ ଅଫ୍‌ ରେକୋଗ୍‌ନେସନ) ପ୍ରତ୍ୟାହାର କରାଯିବ। ଏ ଦିଗରେ ସଂପୃକ୍ତ ଜିଲାର ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ କୁହାଯାଇଛି। ସେହିପରି ଛାତ୍ରଛାତ୍ରୀ ମଧ୍ୟ ଆସନ୍ତା ୩୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories